ଆଜିଠୁ ଫିଫା ବିଶ୍ବ କପ୍ : ପ୍ରଥମ ମ୍ୟାଚରେ ରୁଷିଆ-ସାଉଦି ଆରବ ମୁକାବିଲା

ନୂଆଦିଲ୍ଲୀ : ଆଉ କେଇ ଘଣ୍ଟାର ଅେପକ୍ଷା । ରୁଷରୁ ସାରା ବିଶ୍ୱ ଦେଖିବ ଫୁଲବଲ୍‌ ମହାକୁମ୍ଭ । ଆଜିଠୁ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଫିଫା ଓ୍ଵାଲ୍ଡର୍କପ୍‌ । ରୁଷିଆରେ ପ୍ରଥମଥର ଆୟୋଜିତ ହେଉଥିବା ବିଶ୍ୱର ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟକୁ ନେଇ ଚାରିଆଡେ ଫୁଟବଲ୍‌ ଫିଭ୍‌ର । ଶକ୍ତି ପ୍ରଦଶର୍ନ କରିବେ ବିଶ୍ୱର ୩୨ଟି ଟିମ୍‌ । ରାତି ୮ଟା ୩୦ରେ ପ୍ରଥମ ମ୍ୟାଚେର ମୁହାଁମୁହିଁ ହେବ ଆୟୋଜକ ରୁଷିଆ-ସାଉଦିଆରବ । ଉଦଘାଟନୀ ଉତ୍ସବକୁ ନେଇ ଉତ୍କଣ୍ଠାରେ ଦଶର୍କ ।  କିଏ ହାତେଇବ ବିଶ୍ୱ ଟାଇଟଲ୍‌ । କାହା ପାଖକୁ ଯିବ ବିଶ୍ୱ ଚାମ୍ପିୟନ ମୁକୁଟ । ସମୟ ପାଖେଇବା ସହିତ ବଢିଚାଲିଛି ଉତ୍କଣ୍ଠା । ଗୁରୁବାରଠୁ ଋଷିଆରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଫୁଟବଲର ମହାସମର ଫୁଟବଲ୍‌ ଓ୍ଵାଲର୍ଡକପ ।

ବିଶ୍ୱ ବିଜେତା ହେବାକୁ ଶକ୍ତି ପ୍ରଦଶର୍ନ କରିବେ ବିଶ୍ୱର ୩୨ଟି ଶକ୍ତିଶାଳୀ ଦଳ । ଏହି ମେଗା ଇେଭଣ୍ଟ ପାଇଁ  ଏେବ ଶେଷ ହୋଇଛି ପ୍ରସ୍ତୁତି । ମ୍ୟାଚ୍‌ ହେବାକୁ ଥିବା ୧୧ ଟି ହୋଷ୍ଟ ସିଟିର ଗ୍ରାଉଣ୍ଡ ମଧ୍ୟ ଏେବ ଖେଳାଳିଙ୍କ ଅପକ୍ଷାରେ ।  ମ୍ୟାଚ୍‌କୁ ଗୋଟିଏ ଦିନ ଥିବାବେଳେ , ଗୋଟିଏ ପରେ ଗୋଟିଏ ଦଳ ଆସି ପହଞ୍ଚିଲେଣି ଆୟୋଜନ ସ୍ଥଳରେ । ଅନ୍ୟ ଥର ଅପେକ୍ଷା ଏଥରକ ଚର୍ଚ୍ଚାରେ ରହିଛି ଗୁରୁବାରର ଉଦଘାଟନୀ ଉତ୍ସବ । ମେସ୍କା ସ୍ଥିତ ଲୁଝନିକି ଷ୍ଟାଡିୟମେର ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ଦେଖିବାର ସୁଯୋଗ ପାଇବେ ଉପସ୍ଥିତ ୮୦,୦୦୦ ଦଶର୍କ । ପାଖାପାଖି ୩୦ ମିନିଟ ଧରି ଏହା ଚାଲିବ । ମୁଖ୍ୟ ଆକଷର୍ଣ ରହିବେ ବିଶ୍ୱର ଜଣାଶୁଣା ବ୍ରିଟିଶ କଳାକାର । ମ୍ୟୁଜିକ ଭିତରେ ଋଷିଆର କଳା ଓ ସଂସ୍କୃତି ପ୍ରଦଶର୍ନ ମଧ୍ୟ ଅନ୍ୟତମ ଆକଷର୍ଣ ରହିବ । ଏହାପରେ ଉଦଘାଟନୀ ମ୍ୟାଚ୍‌ ଖେଳାଯିବ ଆୟୋଜକ ଋଷିଆ ଓ ସାଉଦି ଆରବ ମଧ୍ୟରେ ।

୨୧ତମ ଫିଫା ଓ୍ଵାଲର୍ଡ କପରେ ଏଥରକ ଫୋକସରେ ରହିବ ରିଭ୍ୟୁ ସିଷ୍ଟମ । ପ୍ରଥମ ଥର ଲାଗି ଏହି ମେଗା ଇଭେଣ୍ଟରେ ରହିବେ, ଭିଡିଓ ଆସିଷ୍ଟାଣ୍ଟ ରେଫରୀ । ଏମାନେ ଫୁଟବୋଲରଙ୍କ ଛୋଟ ଛୋଟ ଭୁଲକୁ ଧରିପାରିବେ ପଡିଆରେ । ଜୁଲାଇ ୧୫ ତାରିଖ ପର୍ଯ୍ଯନ୍ତ ଚାଲିବାକୁ  ଥିବା ବିଶ୍ୱ ଫୁଟବଲର ଏହି ରୋମାଞ୍ଚକର ଟୁଣ୍ଣାମେଣ୍ଟକୁ ଦେଖିବାକୁ କେବଳ ଋଷ ନୁହେଁ ସାରା ବିଶ୍ୱରେ ଏବେ ଫୁଟବଲ ଫିଭର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.