ଏଫଆଇଏଚ୍‌ ପୁରୁଷ ସିରିଜ ଫାଇନାଲ ପ୍ରତିଯୋଗିତାର ଫାଇନାଲରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ଲଢେଇ

ଭୁବନେଶ୍ବର(କେନ୍ୟୁଜ୍): ଏଫଆଇଏଚ୍‌ ପୁରୁଷ ସିରିଜ ଫାଇନାଲ ପ୍ରତିଯୋଗିତାର ଫାଇନାଲରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ଲଢେଇ । ଗତକାଲି ଖେଳାଯାଇଥିବା ସେମିଫାଇନାରେ ଜାପାନକୁ ୭-୨ ଗୋଲରେ ପରାସ୍ତ କରି ଭାରତ ସିରିଜରେ ଅପରାଜୟ ରହିଛି । ଏହାସହ ଟୋକିଓ ଅଲମ୍ପିକ ପାଇଁ ସ୍ଥାନ ପକ୍କା କରିଛି ଭାରତୀୟ ପୁରୁଷ ହକି ଟିମ୍‌ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସେମିର ପ୍ରଥମାର୍ଦ୍ଧ ବେଶ ରୋମାଞ୍ଚକର ଥିଲା । ଖେଳର ପ୍ରଥମ ଦୁଇ ମିନିଟ୍‌ରେ ଭାରତ ବିରୋଧରେ ଗୋଲ ଦେଇଥିଲା ଜାପାନ । ତେବେ ଖେଳର ୭ମ ମିନିଟରେ ପାଲଟା ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲା ଭାରତୀୟ ଟିମ । ଏହା ପରେ ଖେଳ ଶେଷ ପଯ୍ୟର୍ନ୍ତ ପଡିଆ ଭିତରେ ନିଜର କାୟା ବିସ୍ତାର କରି ଗୋଲ ପରେ ଗୋଲ ଦେଇ ଚାଲିଥିଲେ ଭାରତୀୟ ଖେଳାଳୀ । ଭାରତ ପକ୍ଷରୁ ରମନଦୀପ ସିଂ ତିନୋଟି ଗୋଲ ଦେଇ ମ୍ୟାଚର ଖେଳାଳୀ ଭାବେ ପୁରୁସ୍କୃତ ହୋଇଛନ୍ତି । ସେହିପରି ଅନ୍ୟ ଏକ ସେମିରେ ଆମେରିକାକୁ ୨-୧ ଗୋଲରେ ହରାଇ ଫାଇନାଲକୁ ଏଣ୍ଟ୍ରି କରିଛି ଦକ୍ଷିଣ ଆଫ୍ରିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.