ଆଜି ପୁଣେରେ ମହାମୁକାବିଲା, ସିରିଜର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ପୁଣେ : ଆଜି ପୁଣେରେ ମହାମୁକାବିଲା । ସିରିଜର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଉଭୟ ଟିମ ପାଇଁ କର ବା ମର ସ୍ଥିତି । ୩ ଟିକିଆ ସିରିଜ ଏବେ ୧-୧ରେ ବରାବର ଅଛି । ଯିଏ ଆଜିର ମ୍ୟାଚ ଜିତିବ ସିଏ ସିରିଜ ହାତେଇବ । ବିରାଟ ବାହିନୀର ପ୍ଲେଇଂ ଇଲେଭେନ ଉପରେ ନଜର ରହିଛି । ଦଳରେ କିଛି ବଡ ପରିବର୍ତ୍ତନ ସମ୍ଭାବନା ରହିଛି ।

ଆଜିର ମ୍ୟାଚ୍‌ରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି ଯୁଜୁବେନ୍ଦ୍ର ଚହଲ। ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ଅଧିକ ରନ୍‌ ଦେଉଥିବାରୁ ଆଜିର ମ୍ୟାଚ୍‌ରେ ତାଙ୍କୁ ବାଦ୍‌ ଦିଆଯାଇପାରେ । ସେହିପରି କ୍ରୁନାଲ ପାଣ୍ଡ୍ୟାଙ୍କ ସ୍ଥାନରେ ଓ୍ଵାସିଂଟନ୍‌ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ । ପ୍ରସିଦ୍ଧ କୃଷ୍ଣ ଓ ଶାର୍ଦ୍ଦୁଲ ଠାକୁରଙ୍କ ଭିତରୁ ଜଣଙ୍କ ସ୍ଥାନରେ ଟି. ନଟରାଜନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ ।

matchପ୍ରଥମ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ଭାରତ ୬୬ ରନ୍‌ରେ ବିଜୟ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚରେ ଜନି ବ୍ରେଷ୍ଟ୍ରୋ ଓ ବେନ ଷ୍ଟୋକଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଇଂଲଣ୍ଡ ବିଜୟ ବାନା ଉଡାଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ୩୩୭ ରନ୍‌ର ବିଶାଳ ରନ୍‌ କରିଥିଲା ଇଣ୍ଡିଆ । ଯାହାକୁ ଇଂଲଣ୍ଡ ୪ ଓ୍ଵିକେଟ୍‌ ହରାଇ ହାସଲ କରିନେଇଥିଲା । ସେପଟେ ଓପନର ଶିଖର ଧଓ୍ଵନ ଆଉ ୯୦ ରନ୍‌ କଲେ ଦଶମ ଭାରତୀୟ ଭାବେ ଦିନିକିଆ କ୍ରିକେଟ୍‌ରେ ୬ ହଜାର ରନ୍‌ ପୂରଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.