ଧୋନୀଙ୍କ ୫ ଐତିହାସିକ ନିଷ୍ପତ୍ତି : ଯାହା ଆଶ୍ଚର୍ୟ୍ୟ କରିଥିଲା ପୁରା ବିଶ୍ବକୁ

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସଂହ ଧୋନୀ । କ୍ୟାପଟେନ୍ କୁଲ୍ ଭାବରେ ବେଶ୍ ଲୋକପ୍ରିୟ ଧୋନୀ ନିଜର ନିଷ୍ପତ୍ତିରେ ବିରୋଧୀଙ୍କୁ ଅନେକ ଥର ଆଶ୍ଚର୍ୟ୍ୟ କରିଛନ୍ତି । କ୍ରିକେଟର ମୈଦାନ ହେଉ ବା ମୈଦାନ ବାହାରେ ପ୍ରଶଂସକ ହୁଅନ୍ତୁ ଧୋନୀଙ୍କୁ କେହି ଟକ୍କର ଦେଇପାରିବେନି ।

ଅଧିନାୟକ ଭାବରେ ଦେଶ ପାଇଁ ଅନେକ ଆଶ୍ଚର୍ୟ୍ୟ କରିବା ଭଳି ନିଷ୍ପତ୍ତି ନେଇଛନ୍ତି ମାହି । ଏବେ ନଜର ପକାନ୍ତୁ ଧୋନୀଙ୍କ ୫ ଐତିହାସିକ ନିଷ୍ପତି ଉପରେ ।

୨୦୦୭ ଟି – ୨୦ ବିଶ୍ବ କପ୍ ଫାଇନାଲ୍ :

ଅଧିନାୟକ ଭାବରେ ଏକ ୟଙ୍ଗ୍ ଟିମକୁ ନେଇ ୨୦୦୭ରେ ପ୍ରଥମ ଟି ୨୦ ବିଶ୍ବକପ୍ ଖେଳିବାକୁ ଯାଇଥିବା ଧୋନୀ ଫାଇନାଲ୍ ପର୍ୟ୍ୟନ୍ତ ପହଂଚିଥିଲେ । ମୈଦାନରେ ଥିଲା ଦେଶର ଚିରଶତ୍ରୁ ପାକିସ୍ତାନ । ତେବେ ପାକିସ୍ତାନର ଅଧିନାୟକ ମିସବାହ ଉଲ୍ ହକଙ୍କ ସାମ୍ନାରେ ଅଲରାଉଣ୍ଡର୍ ଯୋଗେନ୍ଦ୍ର ଶର୍ମାଙ୍କୁ ଶେଷ ଓଭର୍ ଦେଇ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲେ ଧୋନୀ ।

ପୁରା ଟିମ୍ ସହ ୨୦୦୯ ଟି – ୨୦ ବିଶ୍ବ କପ୍ ସାମ୍ବାଦିକ ସମ୍ମିଳନୀରେ ପହଂଚିଥିଲେ :

ଇଂଲଣ୍ଡରେ ଖେଳାଯାଇଥିବା ୨୦୦୯ ଟି – ୨୦ ବିଶ୍ବ କପର ଠିକ୍ ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପୁରା ଟିମ୍ ସହ ପହଂଚିଥିଲେ ଧୋନୀ । କାରଣ ଥିଲା ମିଡିଆରେ ଉଡୁଥିବା ମିଛ ଖବର । ଧୋନୀ ଏବଂ ଉପ – ଅଧିନାୟକ ବିରେନ୍ଦ୍ର ସେହ୍ବାଗଙ୍କ ମଧ୍ୟରେ ଚାଲିଥିବା ଝଗଡା ଏକ ଗୁଜବ ବୋଲି ଜଣାଇବା ପାଇଁ ଏହି ପଦକ୍ଷେପ ନେଇଥିଲେ କ୍ୟାପଟେନ୍ କୁଲ୍ ।

୨୦୧୧ ବିଶ୍ବକପ୍ ଫାଇନାଲରେ ଯୁବରାଜଙ୍କ ପୂର୍ବରୁ ବ୍ୟାଟିଂ ନିଷ୍ପତ୍ତି :

ମୈଦାନରେ ଧୋନୀଙ୍କୁ ଖତରୋଁ କି ଖିଲାଡି କୁହାଯାଏ । ସେଥିପାଇଁ ତ ତାଙ୍କୁ ବିଶ୍ବ କପ୍ ଭଳି ବଡ ମଂଚ ପରୀକ୍ଷଣ ପାଇଁ ମିଳେ । ଶ୍ରୀଲଙ୍କା ବିରୋଧରେ ଫର୍ମରେ ଚାଲୁଥିବା ଯୁବରାଜ ସିଂହଙ୍କ ପୂର୍ବରୁ ବ୍ୟାଟିଂ ପାଇଁ ମୈଦାନଙ୍କୁ ଓହ୍ଲାଇଥିଲେ ଧୋନୀ । ଆଉ ମାହିଙ୍କ ମାଡରେ ୨୮ ବର୍ଷ ପରେ ବିଶ୍ବ କପ୍ ଜିତିଥିଲା ଭାରତ ।

୨୦୧୪ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟେଷ୍ଟ ସିରିଜ୍ ମଧ୍ୟରେ ସନ୍ନ୍ୟାସୀ :

ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟେଷ୍ଟ ସିରିଜ୍ ମଧ୍ୟରେ ହିଁ ଟେଷ୍ଟରୁ ସନ୍ନ୍ୟାସୀ ନେବା ପାଇଁ ହଠାତ୍ ଘୋଷଣା କରିଥିଲେ ଧୋନୀ। ଯାହା ତାଙ୍କ ପ୍ରଶଂସକ ତଥା ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ ଆଶ୍ଚର୍ୟ୍ୟ କରିଥିଲା । ୪ଟି ମ୍ୟାଚ୍ ଥିବା ଏହି ସିରିଜର ୩ୟ ମ୍ୟାଚ୍ ଶେଷ ହେବା ପରେ ପରେ ଟେଷ୍ଟ କ୍ରିକେଟ୍ ଛାଡିବା ପାଇଁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲେ ।

ଦିନିକିଆ ଏବଂ ଟି-୨୦ ଅଧିନାୟକ ପଦ ଛାଡିଲେ :

ଭାରତୀୟ ଟିମକୁ ଦୁଇଟି ବିଶ୍ବ କପ୍ ଏବଂ ଗୋଟିଏ ଚାମ୍ପିୟନ୍ସ ଟ୍ରଫି ଦିଆଇଥିବା ଧୋନୀ ହଠାତ୍ ଅଧିନାୟକ ପଦ ଛାଡିବା ପାଇଁ ନିଷ୍ପତି ନେଇଥିଲେ । ୪ ଜାନୁଆରୀ ୨୦୧୭ରେ କ୍ୟାପଟେନ୍ କୁଲ୍ ଧୋନୀଙ୍କର ପଦକ୍ଷେପ ଯୋଗୁଁ କ୍ରିକେଟ୍ ଜଗତରେ ଚହଳ ପଡିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.