କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର : ଚଳିତବର୍ଷ ପ୍ରଥମ ଥର ଲାଗି ଆୟୋଜିତ ହେବାକୁ ଯାଉଛି ଭାରତୀୟ ଭଲିବଲ ଲିଗ୍‌

କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ପ୍ରଥମ ଥର ଲାଗି ଆୟୋଜିତ ହେବାକୁ ଯାଉଛି ଭାରତୀୟ ଭଲିବଲ ଲିଗ୍‌ । ଭାରତୀୟ ଭଲିବଲ ସଂଘ ଓ ଡିସକଭରି ନେଟ୍‌ଓ୍ଵର୍କର ପ୍ରିମିଅମ ସ୍ପୋଟ୍‌ର୍ସ ବ୍ରାଣ୍ଡ ଇଉରୋସ୍ପୋର୍ଟ ଇଣ୍ଡିଆ ମିଳିତ ଭାବେ ଏହି ଲିଗ ଆୟୋଜନ କରିବେ । ଏ ନେଇ ଇଉରୋସ୍ପୋର୍ଟ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ଜୁନରୁ ଜୁଲାଇ ମଧ୍ୟରେ ଏହି ଲିଗ ଆୟୋଜନ ହେବ ବୋଲି ଆପତତଃ ସ୍ଥିର ହୋଇଥିବା ସଂଘ ପକ୍ଷରୁ କୁହଯାଇଛି । ଏହି ଲିଗକୁ ଏସିଆନ ଭଲିବଲ କନ୍‌ଫେଡେରେସନ ଓ ଅନ୍ତର୍ଜାତୀୟ ଭଲିବଲ ଫେଡେରେସନ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଭାରତୀୟ ଭଲିବଲ ଲିଗ ପାଇଁ ଦେଶର ବିଭିନ୍ନ ସହରରୁ ପ୍ରତିନିଧିତ୍ୱ କରୁଥିବା ୬ରୁ ୮ଟି ଫ୍ରାନଚାଇଜ ରହିବେ । ପ୍ରତ୍ୟେକ ଟିମରେ ବିଭିନ୍ନ ରାଜ୍ୟରୁ ଜାତୀୟ ଭଲିବଲ ଟିମରେ ପ୍ରତିନିଧିତ୍ୱ କରୁଥିବା ଖେଳାଳି ସ୍ଥାନ ପାଇବା ସହ ଅନ୍ତଜାର୍ତୀୟ ଖେଳାଳି ବି ସ୍ଥାନ ପାଇବେ । ପ୍ରତ୍ୟେକ ଫ୍ରାନଚାଇଜ ମାଲିକାନା ପାଇଁ ଭିଏଫଆଇ ଓ ଭାରତୀୟ ଭଲିବଲ ଲିଗ େଓ୍ଵବସାଇଟ ମାଧ୍ୟମରେ ଶୁବଶୀଘ୍ର ଆବେଦନ ପାଇଁ ଆହ୍ନାନ କରାଯିବ ବୋଲି ଏସିଆନ ଭଲିବଲ କନଫେଡେରେସନର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ତଥା ଭାରତୀୟ ଭଲିବଲ ଲିଗର ଅଧ୍ୟକ୍ଷ ରାମ ଅବତାର ସିଂ ଝାକର କହିଛନ୍ତି ।

ଦର୍ଶକମାନେ ଡିସକଭରି ପ୍ଲସ ଆପରେ ଏହି ଲିଗର ସିଧାପ୍ରସାରଣ ଦେଖିପାରିବେ । ଇଉରୋସ୍ପୋର୍ଟ ବିିଭିନ୍ନ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାର ପରିଚାଳନା ଓ ପ୍ରଚାର ପ୍ରସାର କରିଆସୁଛି । ଇଉରୋପ, ଏସିଆ, ଆଫ୍ରିକା ଓ ମଧ୍ୟପ୍ରାଚ୍ୟର ୭୫ଟି ଦେଶରେ ଇଉରୋସ୍ପୋର୍ଟର ୨୪୬ ମିଲିଅନରୁ ଅଧିକ ଉପଭୋକ୍ତା ଅଛନ୍ତି । ଲୋକଙ୍କ ଲାଗି ସମସ୍ତ ପ୍ରକାର କ୍ରୀଡାକୁ ସମାନ ଭାବେ ପ୍ରସ୍ତୁତ କରିବା ଦିଗରେ ଆମେ ନିରନ୍ତର ପ୍ରୟାସ କରିଆସିଛୁ ବୋଲି ଇଉରୋସ୍ପୋର୍ଟ ଇଣ୍ଡିଆର ମୁଖ୍ୟ ରୁଚିର ଜୈନ କହିଛନ୍ତି । ଏବେ ତାଲିକାରେ ଭଲିବଲ ଯୋଡି ହୋଇଯାଇଛି । ଏହି ଅବସରରେ କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ କହିଛନ୍ତି ଅନ୍ତର୍ଜାତୀୟ ବ୍ରାଣ୍ଡ ଡିସକଭରୀ ସହ ଭାରତୀୟ ଭଲିବଲ ସଂଘ ମିଳିତ ଭାବେ ଏହି ଲିଗ ଆୟୋଜନ କରିୁଥିବାରୁ ଆମେ ନିଜକୁ ଗର୍ବିତ ଅନୁଭବ କରୁଛୁ । ଏହି ସହଯୋଗ ଭାରତୀୟ ଭଲିବଲରଙ୍କ ମାନ ବୃଦ୍ଧିରେ ସହାୟକ ହେବା ସହ ଭବିଷ୍ୟତରେ ଭାରତୀୟ ଭଲିବଲ ଲିଗ ବିଶ୍ୱର ଶ୍ରେଷ୍ଠ ଅନ୍ତର୍ଜାତୀୟ ଭଲିବଲ ଲିଗ ହୋଇପାରିବ । ଏପଟେ ଭାରତୀୟ ଯୁବ ଭଲିବଲ ଖେଳାଳିମାନେ ମଧ୍ୟ ଏହା ଦ୍ୱାରା ଯଥେଷ୍ଠ ଉପକୃତ ହୋଇପାରିବେ । ଭାରତୀୟ ଭଲିବଲର ବିକାଶ ହୋଇପାରିବ ବୋଲି ଝାକର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.