ପାଣ୍ଡ୍ୟାଙ୍କ ଛକା ଚୌକାରେ ଦୁଲୁକିଲା ମୋହାଲି ଷ୍ଟାଡିୟମ

ମୋହାଲି : ଚାଲିଛି ଦୁଇ ଶାକ୍ତିଶାଳୀ କ୍ରିକେଟ୍‌ ଟିମ୍‌ ଭିତରେ ଲଢ଼େଇ । ପଞ୍ଜାବର ମୋହାଲିରେ ଖେଳୁଛନ୍ତି ଭାରତ ଓ ଆଷ୍ଟ୍ରେଲିଆ । ସିରିଜ୍‌ର ଏହି ପ୍ରଥମ ଟି-୨୦ ମ୍ୟାଚ୍‌ରେ କଙ୍ଗାରୁ ଦଳ ଆଗରେ ଟିମ୍‌ ଇଣ୍ଡିଆ ରଖିଛି ୨୦୯ ରନ୍‌ର ଟାର୍ଗେଟ୍‌ ।

ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନେଇଥିଲା । ଆଉ ତାଙ୍କ ବୋଲର ବି ଘରୋଇ ଦଳର ବ୍ୟାଟରଙ୍କୁ ବଡ଼ ବଡ଼ ଝଟ୍‌କା ଦେଇଥିଲେ । ଅଧିନାୟକ ରୋହିତ ଶର୍ମା ୧୧ ଏବଂ ଫର୍ମକୁ ଫେରିଥିବା କୁହାଯାଉଥିବା ବିରାଟ କୋହଲି ୨ ରନ୍‌ କରି ଆଉଟ୍‌ ହୋଇଥିଲେ । ତେବେ କେଏଲ୍‌ ରାହୁଲ ୫୫ ରନ୍‌ (୩୫ ବଲ୍‌, ୪ ଚୌକା, ୩ ଛକା) ଏବଂ ସୂର୍ଯ୍ୟ କୁମାର ଯାଦବ ମାତ୍ର ୨୫ ବଲ୍‌ରେ ୪୬ ରନ୍‌ (୨ ଚୌକା, ୪ ଛକା) କରିଛନ୍ତି ।

ଏହାପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ହିରୋଗିରି ଦେଖାଇ ମାତ୍ର ୩୦ଟି ବଲ୍‌ରୁ ୭୧ ରନ୍‌ ସ୍କୋର କରିଥିଲେ ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ତାଙ୍କ ଇନିଂସରେ ସେ ମାରିଛନ୍ତି ୭ଟି ଚୌକା ଓ ୫ଟି ଛକା । ଫଳରେ ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୦୮ ରନ୍‌ କରିଛି ।

SCORE-1

SCORE-2

Leave A Reply

Your email address will not be published.