ରେକର୍ଡ଼ ବୁକରେ ନାଁ ଲେଖାଇଲେ ଭାରତର ହରମନପ୍ରୀତ କୌର, ୫୩ ବଲରେ ଶତକ

ପ୍ରୋଭିଡେନ୍ସ (ୱେଷ୍ଟଇଣ୍ଡିଜ୍) : ମହିଳା ବିଶ୍ବ ଟି-ଟ୍ବେଣ୍ଟିରେ ଭାରତୀୟ ଖେଳାଳିଙ୍କ ପ୍ରଥମ ଶତକ । ୫୧ ବଲରେ ଧୂଆଁଧାର ଶତକ କଲେ ହରମନପ୍ରୀତ କାଉର । ୱେଷ୍ଟଇଣ୍ଡିଜରେ ଆରମ୍ଭ ହୋଇଥିବା ବିଶ୍ବ ଟି-ଟ୍ବେଣ୍ଟି ପ୍ରତିଯୋଗିତାରେ ଗତକାଲି ଭାରତ ୩୪ ରନରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ହରମନପ୍ରୀତ ୮ଟି ବିଶାଳ ଛକା ଓ ୭ଟି ଚୌକା ମାରି ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ଶତକ ହାସଲ କରିଥିଲେ ।

 

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟରେ ୧୯୪ ରନ୍ କରିଥିଲା । ହରମନପ୍ରୀତ ୧୦୩ ଏବଂ ରଡ୍ରିଗୁଏଜ୍ ୫୯ ରନ୍ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୦ ରନ କରି ପାରିଥିଲା । ଭାରତୀୟ ବୋଲର ହେମଲତା ଓ ପୁନମ ଯାଦବ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

 

ପେଟରେ ଯନ୍ତ୍ରଣା ସତ୍ତ୍ବେ ସେ ୱିକେଟରେ ଜମି ରହି ଏହି ଦମଦାର ଶତକ କରିଥିଲେ । ତେବେ ଏହି ସଫଳତା ପରେ ଦଳର ଅଧିନାୟିକା ହରମନପ୍ରୀତଙ୍କ ଛକାର ଭିଡିଓ ଭାଇରାଲ ହୋଇଗଲା ଏବଂ ଲକ୍ଷ ଲକ୍ଷ ଲୋକ ଏହାକୁ ସୋସଆଲ ମିଡିଆରେ ଦେଖିବା ସହ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ପରେ ସେ କହିଥିଲେ ଯେ ପେଟରେ ଯନ୍ତ୍ରଣା ହେଉଥିଲା । କିନ୍ତୁ ମୁଁ ପଡ଼ିଆ ଛାଡ଼ି ଯିବାକୁ ଚାହୁଁ ନଥିଲି । ତେଣୁ ଛକା ମାରି ଯନ୍ତ୍ରଣା ସହ ଲଢୁଥିଲି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.