ଅଭ୍ୟାସ ବେଳେ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ କୋଚ୍ ରାହୁଲ ଦ୍ରାବିଡ, ଟି-୨୦ ସିରିଜ ଜିତିବା ପାଇଁ କଲେ ପ୍ଲାନ୍‌

ଓପନର ଶିଖର ଧଓ୍ୱନଙ୍କ ନେତୃତ୍ୱରେ ଭାରତ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ କ୍ଲିନ୍ ସ୍ୱିପ୍ କରିଛି । କିନ୍ତୁ ଟି୨୦ ଫର୍ମାଟରେ େଓ୍ଵଷ୍ଟଇଣ୍ଡିଜକୁ ନିଜ ମାଟିରେ ହରାଇବା ସହଜ ନୁହେଁ । ଏହା କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମା ଭଲ ଭାବେ ଜଣା। ତେଣୁ ଅଭ୍ୟାସ ବେଳେ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କୋଚ୍ ରାହୁଲ ଦ୍ରାବିଡ ।

ରାହୁଲ ଦୀର୍ଘ ୧୫ ମିନିଟ ଧରି ଖେଳାଳିଙ୍କୁ ଇଣ୍ଡିଜ ବିପକ୍ଷରେ କଣ ରଣନୀତି ରହିବ ସେନେଇ ବୁଝାଇଛନ୍ତି । ସିରିଜରେ କିପରି ଭଲ ଖେଳିବେ ଏବଂ େଓ୍ଵଷ୍ଟଇଣ୍ଡିଜକୁ କିପରି ହରାଇବେ ସେ ନେଇ ଟିପ୍ସ ମଧ୍ୟ ଦେଇଛନ୍ତି । ଏହାସହ ଟି୨୦ ବିଶ୍ୱକପ ପୂର୍ବରୁ ଏହି ସିରିଜ କେତେ ଗୁରୁତ୍ୱପୂର୍ଣ୍ଣ ତାହା ମଧ୍ୟ କହିଛନ୍ତି ଦ୍ରାବିଡ ।

 

View this post on Instagram

 

A post shared by Team India (@indiancricketteam)

ଭାରତୀୟ କ୍ରିକେଟ୍ ବୋର୍ଡ ଇନଷ୍ଟାଗ୍ରାମରେ ଦ୍ରାବିଡ ଗୁରୁମନ୍ତ୍ର ଦେଉଥିବା ଫଟୋ ସେୟାର କରିଛି । ଏହାସହିତ କ୍ୟାପସନରେ ଲେଖାଯାଇଛି କି, ଆମେ ଫେରିଛୁ, ଟି-୨୦ ପାଇଁ ପ୍ରସ୍ତୁତି ଆରମ୍ଭ।

ଓ୍ୱେଷ୍ଟଇଣ୍ଡିଜ ଟିମ୍ ଦିନିକିଆରେ ହାରିଥିଲେ ବି ଟି୨୦ରେ ଦଳର ପ୍ରଦର୍ଶନ ଭଲ ରହିଛି । ଦଳ ଏହି ବର୍ଷ ୮ଟି ଟି୨୦ ଖେଳିଛି । ଏଥିରୁ ୫ଟିରେ ଜିତିଥବା ବେଳେ ଦୁଇଟିରେ ପରାସ୍ତ ହୋଇଛି । ଜସପ୍ରୀତ ବୁମରାହ ଓ ୟୁଜବେନ୍ଦ୍ର ଚହଲଙ୍କ ଅନୁପସ୍ଥିତିରେ ଯୁବ ବୋଲିଂ ବାହିନୀ କିପରି ଇଣ୍ଡିଜ ବ୍ୟାଟରଙ୍କୁ ବାନ୍ଧି ରଖିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଟି୨୦ ସିରିଜ ପାଇଁ ଟିମ୍‌କୁ ରୋହିତ ଶର୍ମା, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାରଙ୍କ ଭଳି ଖେଳାଳି ଫେରୁଛନ୍ତି।ଭାରତ-େଓ୍ଵଷ୍ଟଇଣ୍ଡିଜ ମଧ୍ୟରେ ୫ଟି ଟି-୨୦ ମ୍ୟାଚ ଖେଳାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.