ଆଜି ସୁପର ସଣ୍ଡେରେ ହାଇଭୋଲଟେଜ ମ୍ୟାଚ୍: ଭାରତ-ଇଂଲଣ୍ଡ ମଧ୍ୟରେ ଲଢ଼େଇ, ଯିଏ ଜିତିବ ସିଏ ହାତେଇବ ସିରିଜ୍‌

ସୁପର ସଣ୍ଡେରେ ଦେଖିବାକୁ ମିଳିବ ହାଇଭୋଲଟେଜ ମ୍ୟାଚ୍ । ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢ଼େଇ । ଯିଏ ଜିତିବ ସିଏ ହାତେଇବ ସିରିଜ୍‌ । ଏବେ ସିରିଜ ୧-୧ରେ ବରାବର ରହିଛି । ଦ୍ୱିତୀୟ ମ୍ୟାଚରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ତେଣୁ ଆଜିର ମ୍ୟାଚ ଜିତିବା ଭାରତୀୟ ବ୍ୟାଟରଙ୍କ ଉପରେ ନିର୍ଭର କରୁଛି । ବିଶେଷକରି ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଭଲ ଆରମ୍ଭ ଦେବେ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି ।

ସେହିଭଳି ପୂର୍ବତନ କ୍ୟାପଟେନ କୋହଲିଙ୍କ ଫର୍ମକୁ ନେଇ ଚର୍ଚ୍ଚା ଜୋର ହେଉଥିବା ବେଳେ ଆଜିର ମ୍ୟାଚରେ ତାଙ୍କ ପାଇଁ ଭଲ ସୁଯୋଗ ରହିଛି । ସେହିଭଳି ପ୍ରଥମ ମ୍ୟାରେ ଯଶପ୍ରୀତ ବୁମରାଙ୍କ ଯାଦୁ ଦେଖିବାକୁ ମିଳିଥିବା ବେଳେ ତାଙ୍କ ଉପରେ ମଧ୍ୟ ନଜର ରହିଛି । ଆଜି ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ । ଏଠାରେ ବଡ଼ ସ୍କୋର ହେବା ଆଶା ରହିଛି । ପ୍ରଥମ ମ୍ୟାଚ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ଭଲ କମବ୍ୟାକ କରିଛି ବଟଲର ବାହିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.