ହକି ଚାମ୍ପିଅନସ ଟ୍ରଫିରେ ଭାରତର ଅଭିଯାନ ଆରମ୍ଭ : ୩-୦ଗୋଲରେ ପରାସ୍ତ ହେଲା ପାକିସ୍ତାନ

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡସ ବରେଡାରେ ଚାଲିଥିବା ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କଲା ଭାରତ । ୩-୦ଗୋଲରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ଭାରତ ପକ୍ଷରୁ ଦିଲପ୍ରୀତ୍, ମନଦୀପ, ରମନଦୀପ, ଚିଙ୍ଗଲସେନା ସିଂ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ବି କୌଣସି ଗୋଲ୍ ଦେବାରେ ସଫଳ ହୋଇ ନଥିଲା ପାକିସ୍ତାନ୍ । ଭାରତର ଗୋଲ କିପର ଶ୍ରୀଜେସ ମଧ୍ୟ ଜବରଦସ୍ତ ଗୋଲକିପିଂ କରିଥିଲେ । ପାକିସ୍ତାନକୁ ଗୋଟିଏ ପରେ ଗୋଟିଏ ଗୋଲ ହେଉଥିବା ଭାରତ ଟିମ୍ର ଖେଳାଳିଙ୍କ ଛାତିରେ ଥିଲା ଓଡ଼ିଶାର ନାଁ । ଓଡ଼ିଶା ନାଁ ଥିବା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ଭାରତୀୟ ଦଳର ଖେଳାଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.