ଟି-୨୦ ବିଶ୍ୱକପ୍‌ ୨୦୨୨ ପାଇଁ ପୁରସ୍କାର ରାଶି ଘୋଷଣା କଲା ଆଇସିସି, ପ୍ରତ୍ୟେକ ଟିମ୍‌ ଉପରେ ହେବ ଟଙ୍କା ବର୍ଷା

ଟି-୨୦ ବିଶ୍ୱକପ୍‌ ପାଇଁଆଉ କିଛିଦିନ ବାକି ରହିଛି। ଚଳିତଥର ଅଷ୍ଟ୍ରେଲିଆରେ ଖେଳାଯିବ ଟି-୨୦ ବିଶ୍ଵକପ୍ ୨୦୨୨। ତେବେ ଟି-୨୦ ବିଶ୍ୱକପ୍‌ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି। ଏଥର ବିଶ୍ୱକପ ବିଜେତା ଟିମକୁ କୋଟି କୋଟି ଟଙ୍କା ପୁରସ୍କାର ମିଳିବ।ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ୍‌ ପାଇଁ ପୁରସ୍କାର ରାଶି ଘୋଷଣା କରିଛି। ଆଇସିସି ଟ୍ଵିଟ୍‌ କରି ପୁରସ୍କାର ରାଶି ବିଷୟରେ ଜଣାଇଛି। ଚଳିତ ବର୍ଷ ଟି-୨୦ ବିଶ୍ଵକପ୍ ପାଇଁ ମୋଟ୍ ୫.୬ ମିଲିୟନ ଡଲାରର ପୁରସ୍କାର ରାଶି ରଖାଯାଇଛି। ଭାରତୀୟ ମୁଦ୍ରା ହିସାବରେ ଏହି ରାଶି ପ୍ରାୟ ୪୫.୬୭ କୋଟି ଟଙ୍କା ହେବ। ଏଥିରେ ବିଜେତାଙ୍କୁ ସର୍ବାଧିକ ୧.୬ ମିଲିୟନ ଅର୍ଥାତ ୧୩ କୋଟି ଟଙ୍କା ମିଳିବ। ଫାଇନାଲରେ ହାରିବା ଟିମକୁ ପାଖାପାଖି ୬.୫ କୋଟି ଟଙ୍କା ଦିଆଯିବ। ସେହିପରି ସେମିଫାଇନାଲରେ ହାରିବା ଟିମକୁ ୩.୨୬ କୋଟି ଟଙ୍କା ମିଳିବ।

୧୬ଟି ଦଳକୁ ନେଇ ଏକ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲରେ ପରାଜିତ ଦଳକୁ ୪ ଲକ୍ଷ ଆମେରିକୀୟ ଡଲାର ରାଶି ଦେବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ସୁପର ୧୨ରୁ ବାଦ୍ ପଡିବାକୁ ଥିବା ୮ ଦଳକୁ ୭୦ ହଜାର ଲେଖାଏଁ ଆମେରିକୀୟ ଡଲାର ଅର୍ଥାତ୍‌ ୫୭ ଲକ୍ଷ ଟଙ୍କା ଦିଆଯିବ। ଆଉ ଯେଉଁମାନେ ଜିତିବେ ସେମାନଙ୍କୁ ୩୨ ଲକ୍ଷ ଟଙ୍କା ମିଳିବ। ଫାଷ୍ଟ ରାଉଣ୍ଡରେ ଜିତିବା ଏବଂ ବାଦ୍‌ ପଡିବା ଟିମକୁ ୩୨-୩୨ ଟଙ୍କା ପୁରସ୍କାର ରାଶି ମିଳିବ।

ଟି-୨୦ ବିଶ୍ଵକପ୍ ୨୦୨୨ର ପୁରସ୍କାର ରାଶି :

ବିଜେତା : ୧୩ କୋଟି ଟଙ୍କା

ଉପ ବିଜେତା: ୬.୫ କୋଟି ଟଙ୍କା

ସେମି ଫାଇନାଲରେ ପରାଜିତ ଦଳ: ୩.୨୬ କୋଟି ଟଙ୍କା

ସୁପର ୧୨ରେ ପ୍ରତ୍ୟେକ ମ୍ୟାଚ୍ ଜିତିବାକୁ ଥିବା ଦଳ: ୩୩.୬୨ ଲକ୍ଷ ଟଙ୍କା

ସୁପର ୧୨ରୁ ବାଦ୍ ପଡିବାକୁ ଥିବା ପ୍ରତ୍ୟେକ ଦଳ: ୫୭.୦୯ ଲକ୍ଷ ଟଙ୍କା

ପ୍ରଥମ ରାଉଣ୍ଡରେ ପ୍ରତ୍ୟେକ ମ୍ୟାଚ୍ ଜିତିବାକୁ ଥିବା ଦଳ: ୩୩.୬୨ ଲକ୍ଷ ଟଙ୍କା

ପ୍ରଥମ ରାଉଣ୍ଡରୁ ବାଦ୍ ପଡିବାକୁ ଥିବା ଦଳ : ୩୩.୬୨ ଲକ୍ଷ ଟଙ୍କା

ସୂଚନାଯୋଗ୍ୟ, ଆଇସିସି ଟି-୨୦ ବିଶ୍ଵ କପ୍ ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ରାଉଣ୍ଡରେ ଓ୍ଵେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ସମେତ ୮ଟି ଦଳ ମଧ୍ୟରେ ମୁକାବିଲା ହେବ। ଏଥିରୁ ୪ଟି ଦଳ ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ଅକ୍ଟୋବର ୨୨ରୁ ସୁପର ୧୨ ମୁକାବିଲା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.