ଟି-୨୦ ବିଶ୍ୱକପ ପୂର୍ବରୁ ଆଇସିସି ନେଲା ବଡ ନିଷ୍ପତ୍ତି, ବଦଳିଲା କ୍ରିକେଟରେ ଏହିସବୁ ନିୟମ

ଟି-୨୦ ବିଶ୍ୱକପ ପୂର୍ବରୁ ଆଇସିସି ନେଲା ବଡ ନିଷ୍ପତ୍ତି। ୨୦୨୨ ଅକ୍ଟୋବର ୧ରୁ ବଦଳିଯିବ କ୍ରିକେଟର ନିୟମ। କ୍ରିକେଟରେ ନୂଆ ନିୟମ ଲାଗୁ କରିଛି ଆଇସିସି। ନୂଆ ନିୟମ ସହିତ ଖେଳାଯିବ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌। ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ପୁରୁଷ କ୍ରିକେଟ କମିଟି(MCC) ର ୨୦୧୭ ନିୟମ ତୃତୀୟ ସଂସ୍କରଣରେ ଖେଳ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସୁପାରିଶ କରିଥିଲା। ଏହି ସୁପାରିଶ କ୍ରମେ ନିୟମରେ ପରିବର୍ତ୍ତନ କରାଯାଇଛି।

ଏହି ନୂଆ ନିୟମ ଅକ୍ଟୋବର ୧, ୨୦୨୨ରୁ କାର୍ଯ୍ୟକାରୀ ହେବ। ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍‌ ଖେଳ ଏହି ନୂଆ ନିୟମ ଆଧାରରେ ଖେଳାଯିବ। ଆସନ୍ତା ଡିସେମ୍ବରରୁ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଟିମ ଇଣ୍ଡିଆ ମଧ୍ୟ ଘୋଷଣା ହୋଇସାରିଛି।

ନୂଆ ନିୟମ :

– ଆଇସିସିର ନୂଆ ନିୟମ ଅନୁସାରେ ବ୍ୟାଟସମ୍ୟାନ୍‌ ଆଉଟ୍‌ ହେବା ପରେ ନୂଆ ବ୍ୟାଟସମ୍ୟାନ୍‌ ଷ୍ଟ୍ରାଇକ କରିବାକୁ ଆସିବେ। ପୂର୍ବରୁ ବ୍ୟାଟିଂ କରି କ୍ୟାଚ୍‌ ଆଉଟ୍‌ ହୋଇଥିଲେ ସେହି ସମୟରେ ନନଷ୍ଟ୍ରାଇକ ଏଣ୍ଡରେ ନୂଆ ବ୍ୟାଟସମ୍ୟାନ୍‌ ଆସି ଖେଳନ୍ତି। କିନ୍ତୁ ଏଥର ଆଉ ସେପରି ହେଉନି।

– କରୋନାକୁ ଆଖି ଆଗରେ ରଖି ଗତ ୨ ବର୍ଷ ହେଲାଣି ବଲ୍‌ରେ ଛେପ ବା ଲାଳ ଲଗାଇବା ବ୍ୟାନ୍‌ କରାଯାଇଥିଲା। ତେବେ ଏହି ନିୟମ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଆଗକୁ ଆଉ କୌଣସି ଖେଳାଳି ବଲରେ ଲାଳ ଲଗାଇପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ଠାରୁ ଏହା ସବୁଦିନ ପାଇଁ ଲାଗୁ କରାଗଲା।

– ଟେଷ୍ଟ କିମ୍ବା ଦିନିକିଆ ମ୍ୟାଚରେ ବ୍ୟାଟସମ୍ୟାନ୍‌ ବ୍ୟାଟିଂ ପାଇଁ ୨ ମିନିଟ୍‌ ସମୟ ଭିତରେ ଷ୍ଟ୍ରାଇକ ନେବାକୁ ହେବ। ଟି-୨୦ରେ ଏହାର ସୀମା ୯୦ ସେକେଣ୍ଡ ରହିବ। ଏହା ପୂର୍ବରୁ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ପାଇଁ ୩ ମିନିଟ ସମୟ ରହିଥିଲା। କିନ୍ତୁ ଏବେ ଏହା ବଦଳିଯିବ। ଏହି ସମୟରେ ବ୍ୟାଟସମ୍ୟାନ୍‌ ନ ଆସିଲେ ଫିଲ୍ଡିଂ ଅଧିନାୟକ ଏକ ଟାମ ଆଉଟ୍‌ ଦାବି କରିପାରିବେ।

– ଯଦି ଫିଲ୍ଡିଂ ସମୟରେ ଖେଳାଳି ଜାଣିଶୁଣି ଭୁଲ୍‌ ଭାବେ ମୁଭମେଣ୍ଟ କରନ୍ତି, ତେବେ ବ୍ୟାଟସମ୍ୟାନ ୫ ରନ ପେନାଲିଟ୍‌ ମିଳିବ। ପ୍ରଥମେ ଏହି ବଲକୁ ଡେଡ୍‌ ବଲ ବୋଲି କୁହାଯାଉଥିଲା କିମ୍ବା ସଟକୁ କ୍ୟାନସଲ କରିଦିଆଯାଉଥିଲା।

– କୌଣସି ବଲ୍‌ ପିଚରୁ ଦୂରରେ ପଡିଲେ ମଧ୍ୟ ବ୍ୟାଟସମ୍ୟାନକୁ ପିଚରେ ରହିବାକୁ ହେବ। ଯଦି କୌଣସି ବ୍ୟାଟସମ୍ୟାନ ପିଚ୍‌ ବାହାରକୁ ଚାଲିଯାଏ, ତେବେ ଅମ୍ପାୟର ଏହାକୁ ଡେଡ୍‌ ବଲ୍‌ ଘୋଷଣା କରିବେ। ଯଦି ଏମିତି ବଲରେ ବ୍ୟାଟସମ୍ୟାନ ପିଚ୍‌ ଛାଡିସର୍ଟ ଖେଳିବାକୁ ବାଧ୍ୟ ହୋଇଥାଏ, ତେବେ ଏହି ବଲକୁ ନୋ ବଲ୍‌ ଘୋଷଣା କରାଯିବ।

– ସ୍ଲୋ ଓଭର ରେଟ୍‌ ନିୟମ ଜାନୁଆରୀ ୨୦୨୨ରୁ ଟି-୨୦ ଫର୍ମାଟରେ ଲାଗୁ କରାଯିବ। ସ୍ଲୋ ଓଭର ପାଇଁ ଟିମ୍‌ ଉପରେ ଜରିମାନା ଲଗାଯିବ। ଏହି ନିୟମ ଦିନିକିଆରେ ମଧ୍ୟ ଲାଗୁ ହେବ।

 

Also Read : ଅଷ୍ଟ୍ରେଲିଆ ସହିତ ମ୍ୟାଚ୍‌ ପୂର୍ବରୁ ଷ୍ଟ୍ରେସ ଦୂର ପାଇଁ ବିରାଟ ଏବଂ ହାର୍ଦ୍ଦିକ କଲେ ଡ୍ୟାନ୍ସ, ସେୟାର କଲେ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.