ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ୩୬୯ରେ ଅଲଆଉଟ ହେଲା କଙ୍ଗାରୁ ଦଳ, ଭାରତର ବ୍ଯାଟିଂ ଜାରି

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ବ୍ରିସବେନ ଟେଷ୍ଟର ପ୍ରଥମ ଇନିଂସରେ କଙ୍ଗାରୁ ଟିମ୍ ୩୬୯ରେ ଅଲଆଇଟ୍ ହୋଇଯାଇଛି। ଲଞ୍ଚ୍ ବ୍ରେକ୍ ସୁଦ୍ଧା କଙ୍ଗାରୁ ଦଳ ସମସ୍ତ ଓ୍ୱିକେଟ୍ ହରାଇଥିଲା । ଏବେ ଟିମ୍ ଇଣ୍ଡିଆ ୪ ଓଭର ଖେଳି ୫ ରନ୍ କରିଛି।

ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନରେ ଦଳର ସ୍କୋର ୪ ଥିବା ବେଳେ ଡେଭିଡ୍ ଓ୍ୱାର୍ଣ୍ଣର ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ୧୭ ରନରେ ଦଳ ମାର୍କସ୍ ହାରିସଙ୍କ ଓ୍ୱିକେଟ୍ ହରାଇଥିଲା ପରେ ସ୍ମିଥ୍ ୩୬ ଓ ଲାବୁସେନ ୧୦୮ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ମାଥ୍ୟୁ ଓ୍ୱାଡେ ମଧ୍ୟ ୪୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । କ୍ୟାମେରନ୍ ଗ୍ରୀନ ୪୭ ଓ ଟିମ୍ ପେନ୍ ୫୦ ରନ୍ କରି ସ୍ଥିତି ସ୍ମଭାଳିଥିଲେ । ପରେ ଉଭୟ ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଥାନ ଲାୟନ ୨୪, ପ୍ୟାଟ୍ କ୍ୟୁମିନ୍ସ ୨ ରନ୍ କରି ଆଉଟ ହୋଇଥିଲେ ।
ଭାରତ ପକ୍ଷରୁ ଟି ନଟରାଜନ, ଓ୍ୱାଶିଂଟନ ସୁନ୍ଦର ଓ ଶର୍ଦ୍ଦୁଳ ଠାକୁର ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.