ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ସିରାଜଙ୍କ କମାଲ ବୋଲିଂ ରୋକିଲା ଅଷ୍ଟ୍ରେଲିଆର ବ୍ଯାଟିଂ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ୨୯୪ ରନରେ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଏହାସହ ଭାରତକୁ ବିଜୟ ପାଇଁ ୩୨୮ ରନ୍ ଟାର୍ଗେଟ୍ ଦେଇଛି । ଭାରତ ପକ୍ଷରୁ ବୋଲର ମହମ୍ମଦ ସିରାଜ ୫ଟି ଓ ଶର୍ଦ୍ଦୁଳ ଠାକୁର ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଓ୍ୱାସିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ୍ ନେଇଥିଲେ। ଦ୍ବିତୀୟ ଇନିଂସରେ ଭାରତ ମାତ୍ର ୪ ରନ୍ କରିଛି। ଏବେ ଖେଳ ବର୍ଷାଯୋଗୁଁ ବନ୍ଦ ରହିଛି।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନରେ ଅଲ୍ଆଉଟ୍ ହୋଇଥିବା ବେଳେ ଭାରତୀୟ ଟିମ୍ ୩୩୬ ରନରେ ଅଲ୍ଆଉଟ୍ ହୋଇଥିଲା । ଟିମ୍ ଅଷ୍ଟ୍ରେଲିଆ ଠାରୁ ୩୩ ରନରେ ପଛରେ ରହିଥିଲା ଭାରତ। ପରେ ୨ୟ ଇନିଂସର ଖେଳ ଆରମ୍ଭ କରିଥିଲା ଟିମ୍ ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଡେଭିଡ଼୍ ଓ୍ୱାର୍ଣ୍ଣର ଓ ମାର୍କସ ହାରିସ୍ ଭଲ ଆରମ୍ଭ କରିଥିଲେ । ଦଳ ୮୯ରନରେ ପ୍ରଥମ ଓ୍ୱିକେଟ୍ ରୂପରେ ମାର୍କସ ହାରିସଙ୍କୁ ହରାଇଥିଲା । ଏହାପରେ କିଛି ରନ୍ ବ୍ୟବଧାନରେ ଓ୍ୱିକେଟ୍ ପତନ ହୋଇଥିଲା । ୨ୟ ଇନିଂସରେ ମାର୍କସ ହାରିସ୍ ୩୮ରନ୍, ଲାବୁସେନ୍ ୨୫ରନ୍, ମାଥ୍ୟୁ ଓ୍ୱାଡେ (୦) ରନରେ ପାଭିଲିୟନ୍ ଫେରିଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ଷ୍ମିଥ୍ ୫୫ ରନ୍, କାମ୍ରନ ଗ୍ରୀନ୍ ୩୫, ଟିମ ପେନ୍ ୨୭, ମିଚେଲ ଷ୍ଟାର୍କ ୧, ନାଥାନ ଲାୟନ ୧୩ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୨୮ ରନ୍ କରି ଅପରାଜିତ ରହିଛନ୍ତି । ତେଣୁ କଙ୍ଗାରୁ ଦଳ ୨୯୪ ରନ୍ କରିବାରେ ସକ୍ଷମ ହୋଇଥିଲା । କଙ୍ଗାରୁ ଦଳ ଠାରୁ ଜିତିବା ପାଇଁ ଭାରତକୁ ୩୨୮ ରନର ଆବଶ୍ଯକତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.