ଭାରତକୁ ସମ୍ମାନଜନକ ସ୍କୋରରେ ପହଁଚାଇଲେ ଶର୍ଦ୍ଦୁଳ ଠାକୁର ଓ ୱାଶିଂଟନ ସୁନ୍ଦର, ପ୍ରଥମ ଇନିଂସରେ ୩୩୬ ରନରେ ଅଲଆଉଟ୍ ହେଲା ଭାରତ

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୩୬ ରନରେ ଅଲଆଉଟ୍ ହୋଇଛି । ଖେଳର ତୃତୀୟ ଦିନରେ ଭାରତ ସମସ୍ତ ଓ୍ୱିକେଟ୍ ହରାଇଛି । ଏହାସହ ଅଷ୍ଟ୍ରେଲିଆଠାରୁ ପ୍ରଥମ ଇନିଂସରେ ୩୩ ରନରେ ପଛୁଆ ରହିଛି । ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଶର୍ଦ୍ଦୁଳ ଠାକୁର ଓ ଓ୍ୱାଶିଂଟନ ସୁନ୍ଦର ଆକର୍ଣଷୀୟ ଅର୍ଦ୍ଧଶତକ ହାସଲ କରି ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଁଚାଇଥିଲେ ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଟିମ୍ ୩୬୯ରେ ଅଲ୍ଆଉଟ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଦିଆଯାଇଥିବା ଟାର୍ଗେଟକୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଦଳର ଯୁବ ବ୍ୟାଟସମ୍ୟାନ୍ ଶୁଭମନ ଗିଲ୍ ୭ରନ୍ କରି ଆଉଟ ହୋଇଯାଇଥିଲେ । ସେହିପରି ରୋହିତ ଶର୍ମା ୪୪ରନ୍, ଚେତେଶ୍ୱର ପୂଜାର ୨୫ରନ୍, ଆଜିଙ୍କ୍ୟ ରାହାଣେ ୩୭ରନ୍ କରି ପାଭିଲିୟନ ଫେରିଥିଲେ । ପରେ ମୟଙ୍କ ଅଗ୍ରଓ୍ୱାଲ୍ ୩୮ ରନ୍ ଓ ରିଷଭ୍ ପନ୍ତ ୨୩ ରନ୍ କରି ଆଉଟ ହୋଇଥିଲେ । ଏହାପରେ ଦଳର ସ୍ଥିତି ସମ୍ଭାଳିଥିଲେ ଓ୍ୱାଶିଂଟନ ସୁନ୍ଦର ଓ ଶର୍ଦ୍ଦୁଳ ଠାକୁର । ସୁନ୍ଦର ୬୨ ରନ୍ ଓ ଠାକୁର ୬୭ ରନ୍ କରି ଦଳର ସ୍କୋର ୩୩୬ରେ ପହଁଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବଦୀପ ସୈନୀ ୫ ଓ ମହମ୍ମଦ ସିରାଜ ୧୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

test match

ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହାଜଲଉଡ୍ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ ଓ ପ୍ୟାଟ୍ କ୍ୟୁମିନ୍ସ ୨ଟି ଲେଖାଏଁ ଓ ନାଥାନ ଲାୟନ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.