ଋଷଭ ପନ୍ତଙ୍କ ଧମାକେଦାର ବ୍ଯାଟିଂ ଯୋଗୁଁ ମଜବୁତ ସ୍ଥିତିରେ ଭାରତ, ୮୯ରନରେ ଆଗୁଆ ଟିମ୍ ଇଣ୍ଡିଆ

ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଜାରି ରହିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଦ୍ବିତୀୟ ଦିନରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଦ୍ବିତୀୟ ଦିନ ଖେଳସୁଦ୍ଧା ଭାରତ- ୨୯୪/୭ ରନ କରିଛି। ଦ୍ବିତୀୟ ଦିନରେ ଦମଦାର ଶତକ ହାସଲ କରିଛନ୍ତି ଋଷଭ ପନ୍ତ । ଏହା ସହିତ ପନ୍ତ କ୍ୟାରିୟରର ତୃତୀୟ ଟେଷ୍ଟ ଶତକ ହାସଲ କରିଛନ୍ତି ପନ୍ତ । ଜୋ ରୁଟଙ୍କ ବଲରେ ଏକ ବିଶାଳ ଛକା ମାରି ଟେଷ୍ଟ କ୍ୟାରିୟରର ତୃତୀୟ ଶତକ ହାସଲ କରିଛନ୍ତି ଏହି ଯୁବ କ୍ରିକେଟର । ଋଷଭ ପନ୍ତ ମୋଟ ୧୦୧ ରନ୍ କରି ଆଉଟ ହୋଇଛନ୍ତି । କିନ୍ତୁ ଦ୍ବିତୀୟ ଦିନରେ ମଜବୁତ ସ୍ଥିତିରେ ଅଛି ଟିମ୍ ଇଣ୍ଡିଆ ।

ପ୍ରଥମ ଇନିଂସରେ ଭ୍ରମଣକାରୀ ଇଂଲଣ୍ଡ ମାତ୍ର ୨୦୫ ରନ୍ରେ ଅଲଆଉଟ୍ ହୋଇଥିଲା। ପନ୍ତଙ୍କ ଚମତ୍କାର ଶତକୀୟ ଇନିଂସ ବଳରେ ମଜବୁତ ସ୍ଥିତିରେ ପହଞ୍ଚିପାରିଛି ଭାରତ । ଅନ୍ୟ ପଟେ ଓ୍ବାଶିଂଟନ ସୁନ୍ଦର, ପନ୍ତଙ୍କୁ ଭରପୁର ସହଯୋଗ କରିଥିଲେ । ସୁନ୍ଦର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିବା ସହିତ ୧୧୭ ବଲ ଖେଳି ୬୦ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି । ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ ୩ଟି, ବେନ ଷ୍ଟୋକ୍ସ ୨ଟି, ଜ୍ଯାକ ଲିଚି ୨ଟି ୱିକେଟ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.