ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ଯାଚ୍: ୫୭୨ ରନରେ ଅଲଆଉଟ ହେଲା ଇଂଲଣ୍ଡ, ଟିମ୍ ଇଣ୍ଡିଆର ବ୍ଯାଟିଂ ଆରମ୍ଭ

ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନ ଖେଳ ଶେଷ ହେବା ଯାଏଁ ଇଂଲଣ୍ଡ ୮ ଉଇକେଟ ହରାଇ ୫୫୫ରନ୍ କରିଥିଲା। ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା ଟିମ୍ ଇଂଲଣ୍ଡ। ୫୫୫ ରନରୁ ଆରମ୍ଭ କରି ଇଂଲଣ୍ଡ ୫୭୨ ରନରେ ଅଲଆଉଟ ହୋଇଛି। ଇଂଲଣ୍ଡ ଅଲଆଉଟ ହେବା ପରେ ଟିମ ଇଣ୍ଡିଆ ପ୍ରଥମ ଇନିଂସ ଆରମ୍ଭ କରିଛି। ଟିମ୍ ଇଣ୍ଡିଆ ୧୦ ରନ୍ କରିଛି। ରୋହିତ ଶର୍ମା ଏବଂ ଶୁଭମନ ଗିଲ କ୍ରିଜରେ ବ୍ଯାଟିଂ କରୁଛନ୍ତି। ପ୍ରଥମ ଟେଷ୍ଟରେ ଦୁଇଦିନ ଧରି ଭାରତ ସାମ୍ନାରେ ମାଇଲ ଖୁଣ୍ଟ ହୋଇ ଠିଆହୋଇଥିଲେ ଜୋ ରୁଟ। ଇଂଲଣ୍ଡର ସ୍କୋରକୁ ଆଗକୁ ନେବାରେ ରୁଟ୍ ଙ୍କ ଭୂମିକା ବେଶ ରହିଛି। ଡବଲ୍ ସେଞ୍ଚୁରୀ ମାରି ଅଧିନାୟକ ଜୋ ରୁଟ୍ ଇଂଲଣ୍ଡର ମୂଳଦୁଆକୁ ଏମିତି ଟାଣ କରିଛନ୍ତି ଯେ ପ୍ରଥମ ଟେଷ୍ଟରେ ଏହାକୁ ଦୋହଲାଇବା ଭାରତ ପକ୍ଷରେ ସମ୍ଭବ ହେବ ନାହିଁ ।

ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଆକର୍ଷଣୀୟ ଫର୍ମରେ ରହି ୨୧୮ ରନ କରିଛନ୍ତି। ଯାହା ପରେ ରୁଟ ନଦିମଙ୍କ ବଲରେ ଆଉଟ ହୋଇଛନ୍ତି। ଚେନ୍ନାଇରେ ନିଜର ୧୦୦ ତମ ଟେଷ୍ଟ୍ ଖେଳୁଥିବା ରୁଟ୍ ଦମଦାର ଦ୍ୱିଶତକ ଲଗାଇଛନ୍ତି । ଭାରତ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନରେ ସେ ଏକ ବଡ ରେକର୍ଡ ମଧ୍ୟ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.