ମୁମ୍ବାଇ ଦ୍ୱିତୀୟ ଟେଷ୍ଟ: ଟିମ୍‌ ଇଣ୍ଡିଆ ୪୦୦ ରନ୍‌ ଲିଡ୍‌ ପାର

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିଅମରେ ଚାଲିଛି। ଆଜି ଟେଷ୍ଟ ମ୍ୟାଚର ତୃତୀୟ ଦିନ। ପ୍ରଥମ ଇନିଂସରେ ୧୦ ଓ୍ଵିକେଟ ହରାଇ ଟିମ୍‌ ଇଣ୍ଡିଆ ୩୨୫ ରନ୍‌ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ସେହିପରି ଗତକାଲି ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଥିଲା ଟିମ୍‌ ଇଣ୍ଡିଆ।

ଦ୍ୱିତୀୟ ଦିନରେ ଟିମ୍‌ ଇଣ୍ଡିଆ ୬୯ ରନ୍‌ କରିଥିଲା। ମୟଙ୍କ ଅଗ୍ରଓ୍ଵାଲ ୩୮ ଏବଂ ପୂଜାରା ୨୯ ରନ୍‌ କରି ଅପରାଜିତ ରହିଥିଲେ। ତୃତୀୟ ଦିନରେ ଦୁହେଁ ଖେଳ ଆରମ୍ଭ କରିଥିଲେ କିନ୍ତୁ ୬୨ ରନ୍‌ କରି ମୟଙ୍କ ଅଗଓ୍ଵାଲ ଏଜାଜଙ୍କ ବଲରେ ଆଉଟ୍‌ ହୋଇଥିଲେ। ସେହିପରି ପୂଜାରା ମଧ୍ୟ ୪୭ ରନ୍‌ କରି ଏଜାଜଙ୍କ ବଲରେ ଆଉଟ୍‌ ହୋଇଥିଲେ। ଏବେ ପଡିଆରେ ଶୁଭମନ ଗିଲ୍‌ ୧୭ ରନ ଏବଂ ବିରାଟ କୋହଲି ୧୧ ରନ୍‌ କରି ଅପରାଜିତ ରହିଛନ୍ତି। ଟିମ୍‌ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୨ ଓ୍ଵିକେଟ ହରାଇ ୧୪୨ ରନ୍‌ କରିଛି। ଆଉ ପ୍ରଥମ ଇନିଂସ ଏବଂ ଦ୍ୱିତୀୟ ଇନିଂସ ମିଶାଇ ୪୦୫ ରନରେ ଲିଡ୍‌ କରୁଛି।

sport

ସୂଚନାଯୋଗ୍ୟ, ପ୍ରଥମ ଦିନ ଖେଳ ସରିବା ସୁଦ୍ଧ ଟିମ୍‌ ଇଣ୍ଡିଆ ୨୨୧ ରନ୍‌ରେ ୪ ଓ୍ଵିକେଟ ହରାଇଥିଲା। ମୟଙ୍କ ଅଗ୍ରଓ୍ଵାଲ ୧୫୦ ରନ୍‌ କରି ଆଉଟ ହୋଇଥିବା ବେଳେ ଅକ୍ଷର ପଟେଲ ୫୨ ରନ କରିଥିଲେ। ଟିମ୍‌ ଇଣ୍ଡିଆ ଆଉ ଅଧିକ ସ୍କୋର କରିପାରିଥାନ୍ତା କିନ୍ତୁ ନ୍ୟୁଜିଲାଣ୍ଡ ତରଫରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ ଟିମ୍‌ ଇଣ୍ଡିଆକୁ ବଡ ସ୍କୋର କରିବାକୁ ଦେଇପାରନଥିଲେ। ଘରୋଇ ମାଟିରେ ଖେଳି ଏଜାଜ ପଟେଲ ନିଜର ଦମଦାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଥିଲେ।

ଜବାବରେ ନ୍ୟୁଜିଲାଣ୍ଡ ଦଳ ଖେଳିବା ପାଇଁ ମଇଦାନକୁ ଓହ୍ଲାଇଥିଲା। କିନ୍ତୁ ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ ଏବଂ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ଧରାଶୟୀ ହୋଇଛି ନ୍ୟୁଜିଲାଣ୍ଡ। ପ୍ରଥମ ଇନିଂସରେ ଭାରତ ୩୨୫ ରନରେ ଅଲଆଉଟ ହୋଇଯିବା ପରେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳର ୯ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ସ୍କୋର ମଧ୍ୟ ଛୁଇଁପାରି ନାହାନ୍ତି । ଓପନର ଟମ ଲାଥାମ୍‌ ଏବଂ ଓ୍ବିଲ ୟଙ୍ଗ ଫେଲ ମାରିଥିଲେ ।

Leave A Reply

Your email address will not be published.