ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ଛକାରେ ଫାଟିଲା ଯୁବକଙ୍କ ନାକ ହାଡ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିଅମରେ ଚାଲିଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ। ଦୁଇ ଦିନ ଖେଳ ସରିବା ପରେ ଟିମ୍‌ ଇଣ୍ଡିଆ ବିଜୟ ଦ୍ୱାର ଦେଶରେ ପହଞ୍ଚିଛି। ତା’ଛଡା ଅଧିନାୟକ ରୋହିତ ଶର୍ମା ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି। ଏହି ଟେଷ୍ଟରେ ସବୁକିଛି ଟିମ୍‌ ଇଣ୍ଡିଆ ସପକ୍ଷରେ ଯାଉଛି। କିନ୍ତୁ ମ୍ୟାଚର ପ୍ରଥମ ଦିନରେ ଏକ ଦୁର୍ଘଟଣା ଘଟିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତୀୟ ଟିମ୍‌ ୧୦ ଓ୍ଵିକେଟ ହରାଇ ୨୫୨ ରନ୍‌ ସ୍କୋର କରିଥିଲା। ଏହି ଇନିଂସରେ ରୋହିତ ଶର୍ମା ୧୫ ରନ୍‌ କରିଥିଲେ। ୧୫ ରନରେ ରୋହିତ ଶର୍ମା ଗୋଟିଏ ୪ ଏବଂ ୬ ମାରିଥିଲେ। ରୋହିତଙ୍କ ଜବରଦସ୍ତ ଛକାରେ ଜଣେ ଦଶର୍କଙ୍କ ନାକ ହାଡ ଭାଙ୍ଗିଗଲା। ଶ୍ରୀଲଙ୍କା ବୋଲର ବିଶ୍ୱ ଫର୍ଣ୍ଣାଣ୍ଡୋଙ୍କ ବଲକୁ ରୋହିତ ଛକା ମାରିଥିଲେ। ଆଉ ଏହି ବଲ ଯାଇ ଷ୍ଟାଡିଅମରେ ବସିଥିବା ଜଣେ ଦର୍ଶକଙ୍କ ନାକରେ ବାଜିଥିଲା। ଫଳରେ ଦର୍ଶକଙ୍କ ନାକ ହାଡ ଫାଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରେ ଦର୍ଶକଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା।

ଷ୍ଟାଣ୍ଡରେ ବସିଥିବା ୨୨ ବର୍ଷୀୟ ଯୁବକ ଗୌରବ ବିକାଶଙ୍କ ନାକ ହାଡ ଫାଟିବା ପରେ ତାଙ୍କୁ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରାଥମିକ ଚିକତ୍ସା କରାଯାଇ ପରେ ହସପିଟାଲକୁ ନିଆଯାଇଥିଲା। ସେଠାରେ ନାକରେ ଷ୍ଟିଚ୍‌ ପଡିବା ପରେ ତାଙ୍କୁ ହସପିଟାଲରେ ଡିସଚାର୍ଜ କରାଯାଇଥିଲା।

ଦ୍ୱିତୀୟ ଦିନ ଖେଳ ସରିବା ପରେ ଟିମ୍‌ ଇଣ୍ଡିଆ ୯ ଓ୍ଵିକେଟ ହରାଇ ୩୦୩ ରନ୍‌ କରି ପାଳି ଘୋଷଣା କରିଥିଲା। ତୃତୀୟ ଦିନରେ ଶ୍ରୀଲଙ୍କା ୧ ଓ୍ଵିକେଟ ହରାଇ ୨୮ ରନ୍‌ କରିଛି। ଟିମ୍‌ ଇଣ୍ଡିଆ ୪୧୯ ରନରେ ଆଗୁଆ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.