ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ୫୭୪ ରନ୍‌ରେ ପ୍ରଥମ ଇନିଂସ ଘୋଷଣା କଲା ଟିମ୍‌ ଇଣ୍ଡିଆ, ଶ୍ରୀଲଙ୍କା ୧୦୮/୪

ମୋହାଲିରେ ଚାଲିଛି ଭାରତ- ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍‌। ପ୍ରଥମ ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଦିନ ଲଞ୍ଚ ପରେ ୮ ଓ୍ଵିକେଟ ବିନିମୟରେ ଟିମ୍‌ ଇଣ୍ଡିଆ ୫୭୪ ରନ୍‌ କରି ଇନିଂସ ଘୋଷଣା କରିଛି। ଟିମ୍‌ ଇଣ୍ଡିଆ ଇଂନିସ ଘୋଷଣା କରିବା ଯୋଗୁଁ ଜାଡେଜା ଦ୍ୱିତୀୟ ଶତକରୁ ବଞ୍ଚିତ ହୋଇଛନ୍ତି। ଜାଡେଜା ୨୨୮ ବଲରେ ୧୭୫ ରନ କରି ଅପରାଜିତ ରହିଛନ୍ତି। ପରେ ଶ୍ରୀଲଙ୍କା ତାର ଇନିଂସ୍‌ ଆରମ୍ଭ କରି ୪ ଓ୍ଵିକେଟ୍‌ରେ ୧୦୮ ରନ୍‌ କରିଛି । ଏହା ସହ ଶ୍ରୀଲଙ୍କା ଦଳ ୪୬୬ ରନ୍‌ ପଛରେ ରହିଛି ।

ଗତକାଲିରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା। ମୟଙ୍କ ଅଗ୍ରଓ୍ଵାଲ ଏବଂ ରୋହିତ ଶର୍ମା ଓପିନିଂ କରିଥିଲେ। ରୋହିତ ଶର୍ମା ୨୯ ରନରେ ଆଉଟ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ଵାଲ ୩୩ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ବିରାଟ କୋହଲି ଏବଂ ହନୁମା ବିହାରୀ ବ୍ୟାଟିଂ କରିଥିଲେ। ହନୁମା ବିହାରୀ ୫୮ ରନ୍‌ ଏବଂ କୋହଲି ୪୫ ରନ କରି ଆଉଟ୍‌ ହୋଇଥିଲେ। ଋଷଭ ପନ୍ତ ୯୬ ରନ୍‌ କରି ଆଉଟ୍‌ ହୋଇଥିଲେ।

ind

SCORE

 

ପ୍ରଥମ ଦିନରେ ଭାରତ ୫ ଓ୍ଵିକେଟରେ ୨୨୮ ରନ କରିଥିବା ବେଳେ ମୈଦାନକୁ ଓହ୍ଲାଇଥିଲେ ରବୀନ୍ଦ୍ର ଜାଡେଜା । ଆର ଅଶ୍ୱିନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଜାଡେଜା ମଇଦାନରେ ରହିଥିବା ବେଳେ ଅଶ୍ୱିନ ୬୧ ରନରେ ଆଉଟ୍‌ ହୋଇଥିଲେ। ତା’ ପରେ ଶ୍ରେୟସ ଆୟର ୨୭ ରନ୍‌, ଜୟନ୍ତ ଯାଦବ ୨ ରନ୍‌ କରି ଆଉଟ ହୋଇଥିଲେ। ଜାଡେଜାଙ୍କ ସହିତ ମହମ୍ମଦ ସାମି ୨୮ ରନ୍‌ କରି ଅପରାଜିତ ରହିଥିଲେ।

ଶେଷରେ ଦ୍ୱିତୀୟ ଦିନରେ ଟିମ୍‌ ଇଣ୍ଡିଆ ୮ ଓ୍ଵିକେଟ ହରାଇ ୫୭୪ ରନରେ ଇନିଂସ ଘୋଷଣା କରିଥିଲା। ଶ୍ରୀଲଙ୍କା ପକ୍ଷରୁ ସୁରାଙ୍ଗ ଲକମଲ ୨ଟି, ବିଶ୍ୱ ଫର୍ଣ୍ଣାଣ୍ଡୋ ୨ଟି, ଲାହିରୁ କୁମାର ଗୋଟିଏ, ଧନଞ୍ଜୟ ଡିସିଲଭା ୧ଟି, ଲାଥିସ ଏମ୍ବୁଡେନିୟା ୨ଟି ଓ୍ଵିକେଟ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.