ରାହୁଲଙ୍କ ନେତୃତ୍ୱରେ ଜିମ୍ବାୱେ ବିପକ୍ଷରେ ଆଜି ମ୍ୟାଚ ଖେଳିବାକୁ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଆଜିଠାରୁ ଆରମ୍ଭ ହେଉଛି ଜିମ୍ବାୱେ ଏବଂ ଭାରତ ମଧ୍ୟରେ ଦିନିକିଆ ସିରିଜ । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଜିମ୍ବାୱେରେ ପହଞ୍ଚି ଅଭ୍ୟାସ ଚଳାଇଛି । ନିକଟରେ ବାଂଲାଦେଶକୁ ହରାଇବା ପରେ ଜିମ୍ବାୱେ ଦଳର ମନୋବଳ ଦୃଢ ରହିଛି । ଭାରତ ବିପକ୍ଷରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ଜିମ୍ବାୱେ ପ୍ରସ୍ତୁତ ରହିଛି।

ଆହତ ସମସ୍ୟା ଓ କରୋନା ସଂକ୍ରମଣରୁ ମୁକ୍ତ ହୋଇ ରାହୁଲ ଭାରତୀୟ ଦଳକୁ ଫେରିଛନ୍ତି । ଆଗକୁ ଏସିଆ କପ୍ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଛି । ତେଣୁ ଏହି ସିରିଜ ଜରିଆରେ ରାହୁଲ ଫର୍ମକୁ ଫେରିବାକୁ ପ୍ରୟାସ କରିବେ । ରାହୁଲ ପୂର୍ବରୁ ଜିମ୍ବାୱେରେ ୩ଟି ମ୍ୟାଚ୍ ଖେଳିସାରିଛନ୍ତି । ପେସ୍ ବୋଲର ଦୀପକ ଚହର ମଧ୍ୟ ଫିଟ୍ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଇସିସି ବିଶ୍ୱକପ୍ ସୁପରଲିଗ୍ ଅନ୍ତର୍ଗତ ହୋଇଥିବାରୁ ଏହି ସିରିଜ ଜିମ୍ବାୱେ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ନିକଟରେ ଜିମ୍ବାୱେ ଦଳ ବାଂଲାଦେଶ ବିପକ୍ଷରେ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ବିଜୟୀ ହୋଇଥିଲା ।

ଟିମ୍‌ ଇଣ୍ଡିଆ : ଶିଖର ଧୱନ, ଶୁଭମନ ଗିଲ୍, ଋତୁରାଜ ଗାଏକ୍ୱାଡ୍, ଲୋକେଶ ରାହୁଲ(ଅଧିନାୟକ), ସଞ୍ଜୁ ସାମସନ/ଇଶାନ କିଷନ, ଦୀପକ ହୁଡ଼ା, ଅକ୍ଷର ପଟେଲ, ଶାର୍ଦୁଲ ଠାକୁର/ଦୀପକ ଚହର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା/ଅଭେଶ ଖାନ ।

ଜିମ୍ବାଓ୍ୱେ : ତାକୁଡନାଶେ କାଇଟାନୋ, ତଡିବନାଶୋ ମାରୁମାନି, ଇନୋସେଣ୍ଟ କାଇଆ, ୱେସଲି ମଧେବୀରେ, ସିକନ୍ଦର ରାଜା, ରେଜିସ ଚକାବା(ଅଧିନାୟକ), ରିୟାନ ବର୍ଲ/ ଟୋନି ମୁନୟୋଙ୍ଗା, ଲ୍ୟୁକ ଜଙ୍ଗୱେ, ବ୍ରାଡ୍ ଏବନ୍ସ, ଭିକ୍ଟର ନ୍ୟାଓଜି, ଟନକା ଚିବାଙ୍ଗା ।

Leave A Reply

Your email address will not be published.