କ୍ରିକେଟପ୍ରେମୀଙ୍କ ପାଇଁ ଖୁସିଖବର : ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ମୁହାଁମୁହିଁ

ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ମୁକାବିଲା। ୨୦୨୧ ଟି-୨୦ ବିଶ୍ୱକପ ପରେ ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପ୍ରଥମ ଥର ଲାଗି କ୍ରିକେଟ ପଡିଆରେ ମୁହାଁମୁହିଁ ହେବେ। ଏସିସି ପକ୍ଷରୁ ଏସିଆ କପ ଲାଗି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୧୬ଟି ଦଳକୁ ନେଇ ଏହି ମେଗା ଇଭେଣ୍ଟ ୟୁଏଇରେ ଅଗଷ୍ଟ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହା ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ। ଅଗଷ୍ଟ ୨୭ରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ। ଏହାର ପରଦିନ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଅଗଷ୍ଟ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳାଯିବ।

ଏହାପରେ ସେପ୍ଟେମ୍ବର ୩ରୁ ୯ ପର୍ଯ୍ୟନ୍ତ ସୁପର-୫ ମୁକାବିଲା ହେବ। ସେପ୍ଟେମ୍ବର ୧୧ରେ ଫାଇନାଲ ମ୍ୟାଚ ଖେଳାଯିବ। ଗତବର୍ଷ ଟି-୨୦ ବିଶ୍ୱକପ ସୁପର-୧୨ରେ ଭାରତ ଓ ପାକିସ୍ତାନ ଶେଷଥର ଲାଗି ଭେଟାଭେଟି ହୋଇଥିଲେ। ଏଥିରେ ପାକିସ୍ତାନ ଭାରତକୁ ୧୦ ଓ୍ଵିକେଟରେ ପରାସ୍ତ କରିଥିଲା। ପୁଣି ଥରେ ଦୁଇ ଦଳ ମଧ୍ୟରେ ମ୍ୟାଚ ହେବାକୁ ଥିବାରୁ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.