ଆରମ୍ଭ ହେଲା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ, ଟସ୍‌ ଜିତି ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ ଟିମ୍

ଦୀର୍ଘ ଦିନ ପରେ ମୁହାଁମୁହିଁ ହେଉଛନ୍ତି ଭାରତ-ଅଷ୍ଟ୍ରେଲିଆ । କୋଭିଡ ଯୋଗୁଁ ଦୀର୍ଘ ଦିନର ଲକ୍‌ଡାଉନ୍‌ ସଟ୍‌ଡାଉନ୍ ଜାରି ରହିବା ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଛି ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍ ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ ଟିମ୍ । ଆଉ ଏଯାବତ ୫ ଓଭରରେ ପାଖାପାଖି ୩୧  ରନ ସ୍କୋର କରିଛି ଅଷ୍ଟ୍ରେଲିଆ ଟିମ । ସିଡ୍‌ନୀରେ ଖେଳାଯାଉଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଖେଳ ସହ ଯାତ୍ରା ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ୭୦ ଦଶକକୁ ନଜରରେ ରଖି ଏଥର ଦୁଇ ଦଳ ‘ରେଟ୍ରୋ’ ଥିମ୍‌ ଡ୍ରେସ୍‌ରେ ପଡ଼ିଆକୁ ଓହ୍ଲାଇଛନ୍ତି । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରା ଯାଉଛି । ଆଜିର ମ୍ୟାଚ୍‌ ପରେ ରବିବାର ମଧ୍ୟ ସିଡ୍‌ନୀରେ ଉଭୟ ଦଳ ପରସ୍ପରକୁ ଭେଟିବେ ।

ଏହାପରେ ଦଳ ବୁଧବାର ତୃତୀୟ ଦିନିକିଆ ପାଇଁ ଓଭାଲ ଯାତ୍ରା କରିବ । ପ୍ରଥମ ମ୍ୟାଚ୍ ଭାରତୀୟ ଟିମ୍ ଫେବରେଟ୍‌ ଓପନର ରୋହିତ ଶର୍ମାଙ୍କ ବିନା ପଡିଆକୁ ଓହ୍ଲାଇଛି । ଏଭଳି ସ୍ଥିତିରେ ଶିଖର ଧଓ୍ଵନଙ୍କ ସହ ଶୁବମନ ଓପନିଂ କରିପାରନ୍ତି ବୋଲି ଆଶା କରାଯାଉଛି । ଚଳିତ ସିରିଜ୍‌ରେ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦିଆଯିବ ବୋଲି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କହିଛନ୍ତି । ଏହା ସହ କ୍ୟାରିୟର ଆରମ୍ଭ କରିଥିବା ଶୁଭମନ୍‌ ଗିଲ, ମହମ୍ମଦ ସିରାଜ, ନବଦୀପ୍‌ ସାଇନି ଓ ଟି. ନଟରାଜନ୍‌ଙ୍କ ଉପରେ ରହିବ ନଜର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.