ସିଡ୍‌ନୀ ଗ୍ରାଉଣ୍ଡରେ ଚାଲିଛି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ, ଭାରୀ ରହିଛି କଙ୍ଗାରୁ ଦଳର ପଲ୍ଲା

ସିଡ୍‌ନୀ: ସିଡ୍‌ନୀରେ ଖେଳାଯାଉଛି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ଲଞ୍ଚ ସୁଦ୍ଧା ଅଷ୍ଟ୍ରେଲିଆ ୧ ଓ୍ଵିକେଟ୍‌ ହରାଇ ୨୧ ରନ୍‌ କରିଛି । ଓ୍ଵାର୍ଣ୍ଣର ୫ ରନ୍‌ କରି ଆଉଟ୍‌ ହୋଇଛନ୍ତି । ମହମ୍ମଦ ସିରାଜ୍‌ଙ୍କ ବଲରେ ଆଉଟ୍‌ ହୋଇଥିଲେ ଓ୍ଵାର୍ଣ୍ଣର । ୭ ଓଭର ଖେଳ ଚାଲିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ଯୋଗୁ କିଛି ସମୟ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା ।

ସିରିଜ୍‌ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ । ତୃତୀୟ ଟେଷ୍ଟରେ ଖେଳୁଛନ୍ତି ହିଟ ମ୍ୟାନ ରୋହିତ ଶର୍ମା । ପୂର୍ବ ମ୍ୟାଚର ବଦଲା ନେବାକୁ ଗେମ ପ୍ଳାନ ପ୍ରସ୍ତୁତ କରିଛି କଙ୍ଗାରୁ ଦଳ । ସିଡ୍‌ନୀ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆର ପଲ୍ଲା ଭାରୀ ରହିଛି । ଏଠାରେ ୧୦୮ଟି ମ୍ୟାଚ ଖେଳିଛି ଘରୋଇ ଦଳ । ୬୦ଟି ମ୍ୟାଚରେ ବାଜି ମାରିଛି କଙ୍ଗାରୁ ଦଳ ।

ତେବେ ୨୮ ମ୍ୟାଚରେ ଦଳ ପରାସ୍ତ ହୋଇଥିବା ବେଳେ ୨୦ଟି ମ୍ୟାଚ ଡ୍ର ରହିଛି । ଅଷ୍ଟ୍ରେଲିଆର ସଫଳତା ହାର ରହିଛି ୬୬ ପ୍ରତିଶତ । ସିଡ୍‌ନୀରେ ଭାରତ ଓ ଅଷ୍ଟ୍ରେଲିଆ ୧୨ ଥର ମୁହାଁମୁହିଁ ହୋଇଛନ୍ତି । ମାତ୍ର ଗୋଟିଏ ଟେଷ୍ଟରେ ଟିମ ଇଣ୍ଡିଆ ବିଜୟ ବାନା ଉଡାଇଥିବା ବେଳେ ୫ଟି ମ୍ୟାଚରେ ପରାସ୍ତ ହୋଇଛି । ୬ଟି ମ୍ୟାଚ ଡ୍ର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.