ମୁମ୍ବାଇ ଟେଷ୍ଟରେ ଭାରତର ଦମଦାର ବିଜୟ, ୧-୦ରେ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିଅମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଛି ଟିମ୍‌ ଇଣ୍ଡିଆ। ଆଜି ଚତୁର୍ଥ ଦିନ ଖେଳରେ ୫ଟି ଓ୍ଵିକେଟ ନେଇଥିଲା ଟିମ୍‌ ଇଣ୍ଡିଆ। ତୃତୀୟ ଦିନ ଖେଳ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ ହରାଇ ୧୪୦ ରନ୍‌ କରିଥିଲା। ରବିଚନ୍ଦ୍ରନ ଅଶ୍ୱିନ ଏବଂ ଅକ୍ଷର ପଟେଲ ତୃତୀୟ ଦିନରେ ୩ଟି ଓ ୨ଟି ଓ୍ଵିକେଟ ନେଇଥିଲେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ରହିଥିଲା।

ନ୍ୟୁଜିଲାଣ୍ଡ ଟିମ୍‌ ମାତ୍ର ୧୬୭ ରନ କରି ଅଲଆଉଟ ହେବା ଫଳରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିବା ସହିତ ସିରିଜ ମଧ୍ୟ ଜିତିଛି। ଭାରତ ପ୍ରଥମ ଇନିଂସରେ ୩୨୫ ଏବଂ ଦ୍ୱିତୀୟ ଇନିଂସରେ ୭ ଓ୍ଵିକେଟ ହରାଇ ୨୭୬ ରନ୍‌ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୬୨ ଏବଂ ଦ୍ୱିତୀୟ ଇନିଂସରେ ୧୬୭ ରନ୍‌ କରି ଅଲଆଉଟ୍‌ ହୋଇଛି। ତେଣୁ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଛି।

ଟିମ୍‌ ଇଣ୍ଡିଆଙ୍କ ବୋଲର ଆଗରେ ନ୍ୟୁଜିଲାଣ୍ଡ ଟିମର ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ। ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ଅଶ୍ୱିନ ୪ଟି ଓ ଜୟନ୍ତ ଯାଦବ ୪ଟି ଓ୍ଵିକେଟ ନେଇଛନ୍ତି। ସେହିପରି ଅକ୍ଷୟ ପଟେଲ ମଧ୍ୟ ଗୋଟିଏ ଓ୍ଵିକେଟ ନେଇଛନ୍ତି।

ind

ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡ ଆଗରେ ୫୪୦ରନର ଟାର୍ଗେଟ ରଖିଲା ଟିମ୍‌ ଇଣ୍ଡିଆ। ୱାଙ୍ଖଡେ ଟେଷ୍ଟରେ ତୃତୀୟ ଦିନରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ପାଳିରେ ୭ ୱିକେଟରେ ୨୭୬ ରନ କରି ପାଳି ଘୋଷଣା କରିଥିଲା। ପ୍ରଥମ ଇନିଂସରେ ୧୦ ଓ୍ଵିକେଟ ହରାଇ ଟିମ୍‌ ଇଣ୍ଡିଆ ୩୨୫ ରନ୍‌ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ସେହିପରି ଗତକାଲି ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଥିଲା ଟିମ୍‌ ଇଣ୍ଡିଆ।  ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସ ୩୨୫, ଦ୍ୱିତୀୟ ଇନିଂସ ୨୭୬ରେ ଘୋଷଣା କରିଥିବା ବେଳେ ନ୍ୟୁଜିଲାଣ୍ଡ ଟିମ୍‌ ପ୍ରଥମ ଇନିଂସରେ ୬୨ ରନ୍‌ କରି ଅଲଆଉଟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.