ବିଜୟରୁ ରୋହିତ-ଦ୍ରାବିଡ଼ ଯୁଗର ଆରମ୍ଭ: ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୫ ଓ୍ଵିକେଟରେ ହରାଇଲା ଭାରତ

କେନ୍ଯୁଜ୍: ବିଜୟରୁ ରୋହିତ-ଦ୍ରାବିଡ଼ ଯୁଗର ଆରମ୍ଭ । ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳକୁ ୫ ଓ୍ଵିକେଟରେ ହରାଇଲା ଭାରତ । ପ୍ରଥମ ଟି-୨୦ରେ ବାଜି ମାରିଲା ଭାରତ । ଟି-୨୦ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ୫ ଓ୍ଵିକେଟ୍‌ରେ ଜିତିନେଲା ଭାରତ । ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆକୁ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ନ୍ୟୁଜିଲାଣ୍ଡ ।

୬ ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା କିଓ୍ଵି ବାହିନୀ । ମାର୍ଟିନ୍‌ ଗପ୍‌ଟିଲ୍‌ ଓ ମାର୍କ ଚାପମ୍ୟାନ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଭାରତ ୨ଟି ବଲ୍‌ ବାକି ଥାଇ ୫ ଓ୍ଵିକେଟ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୪୮ ରନ୍‌ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୨ ରନ୍‌ କରିଥିଲେ । ଏହି ବିଜୟ ସହ ୩ ଟିକିଆ ଟି-୨୦ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଭାରତ । ଦ୍ୱିତୀୟ ଟି-୨୦ ଆସନ୍ତାକାଲି ରାଞ୍ଚିରେ ଖେଳାଯିବ ।

Leave A Reply

Your email address will not be published.