ରାଞ୍ଚିରେ ରାହୁଲ-ରୋହିତ ସୋ’ : ଦ୍ଵିତୀୟ ଟି-୨୦ ଜିତି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ ସିଲ୍ କଲା ଭାରତ

ରାଞ୍ଚି : ପଡ଼ିଆ ଭିତରେ ଜଣେ ରାହୁଲଙ୍କ ବ୍ୟାଟରୁ ବର୍ଷୁଥିଲା ଛକା ଚଉକା ଆଉ ପଡ଼ିଆ ବାହାରେ ଠିଆ ହୋଇ ତାଳି ମାରୁଥିଲେ ଆଉ ଜଣେ ରାହୁଲ । ରାଞ୍ଚି ଟି-୨୦ରେ କ୍ରିକେଟ୍ ପ୍ରେମୀ ଦେଖିଲେ ରାହୁଲ-ରୋହିତ ସୋ’। ପଡ଼ିଆ ବାହାରେ ରହି ତାଳି ମାରି ଉତ୍ସାହିତ କରୁଥିଲେ ଟିମ୍ ଇଣ୍ଡିଆର ନୂଆ କୋଚ୍ ‘ଦି ଓ୍ବାଲ’ ରାହୁଲ ଦ୍ରାବିଡ଼ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ ଜିତି ସିରିଜ ସିଲ୍ କରିଛି ଭାରତ । ଭ୍ରମଣକାରୀ ଦଳର ୧୫୪ ରନ୍ ଲକ୍ଷ୍ୟକୁ ୧୬ ବଲ୍ ବାକି ଥାଇ ହାସଲ କରିନେଇଛି ଭାରତ । କେ ଏଲ୍ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ଦେଖାଇଛନ୍ତି ଜବରଦସ୍ତ ଜଲଓ୍ବା। ଉଭୟ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧ ଶତକୀୟ ଇନିଂସ। ମାତ୍ର ୪୯ ବଲରେ କେ.ଏଲ୍ ରାହୁଲ ଖେଳିଛନ୍ତି ଧୂଆଁଧାର ୬୫ ରନର ପାଳି ।

ଭାରତ ଟସ୍ ଜିତି ପ୍ରଥମ ମ୍ୟାଚ୍ ଭଳି ନେଇଥିଲା ବୋଲିଂ ନିଷ୍ପତ୍ତି । ଦ୍ରୁତ ଆରମ୍ଭ ସତ୍ତ୍ବେ ବଡ଼ ସ୍କୋର ଲକ୍ଷ୍ୟରେ ଥିବା ନ୍ୟୁଜିଲ୍ୟାଣ୍ଡ ୬ ଓ୍ବିକେଟ ହରାଇ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆରମ୍ଭରୁ ପ୍ରଭାବ ବିସ୍ତାର ସତ୍ତ୍ୱେ ୩୧ ରନରେ ଚହରଙ୍କ ଶିକାର ବନିଥିଲେ ଗୁପତିଲ । ଚେଷ୍ଟା ସତ୍ତ୍ବେ କେହି ବି ହାସଲ କରିପାରିନଥିଲେ ଅର୍ଦ୍ଧ ଶତକ । ଡେବ୍ୟୁ ମ୍ୟାଚରେ ନିଜ ପୂରା କୋଟା ବୋଲିଂରେ ହର୍ଷଲ ପଟେଲ ପାଇଛନ୍ତି ସର୍ବାଧିକ ୨ ଓ୍ବିକେଟ୍। ଭୁବି, ଚହର, ଅକ୍ସର, ଅଶ୍ବିନୀ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡକୁ ୧୫୩ ରନରେ ଅଟକାଇଥିଲେ। ୧୫୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୭ ଓ୍ବିକେଟରେ ମ୍ୟାଚ୍ ଜିତିନେଇ ପେଟିଏମ୍ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ୩୬ ବଲରୁ ୫୫ ରନର ଅର୍ଦ୍ଧ ଶତକୀୟ ପାରି ଖେଳିଛନ୍ତି କ୍ୟାପଟେନ ରୋହିତ। ଋଷଭ ପନ୍ଥ ମାରିଥିଲେ ବିଜୟସୂଚକ ଛକା । ୧୭.୨ଓଭରରେ କାମ ତମାମ କରି ଦେଇଥିଲା ଟିମ ଇଣ୍ଡିଆ ।

ନିଜ ପଦାର୍ପଣ ମ୍ୟାଚରେ ହର୍ଷଲ ପଟେଲ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି । ଆସନ୍ତା ୨୧ତାରିଖ ରବିବାର କୋଲକାତାର ଇଡେନ ଗାର୍ଡେନସରେ ଖେଳାଯିବ ଶେଷ ଟି-୨୦ ।

 

1

2

 

3

Leave A Reply

Your email address will not be published.