ବ୍ରିସ୍‌ବେନ୍‌ରେ ଅଷ୍ଟ୍ରେଲିଆର ବ୍ଯାଣ୍ଡ୍ ବଜାଇଲା ଟିମ୍ ଇଣ୍ଡିଆ, କଙ୍ଗାରୁ ହାତରୁ ଛଡାଇ ଆଣିଲା ମ୍ଯାଚ୍ ଓ ଟେଷ୍ଟ ସିରିଜ୍‌

ବ୍ରିସ୍‌ବେନ୍‌ : ବ୍ରିସ୍‌ବେନ୍‌ରେ ଜମେଇକି ଜିତିଲା ଟିମ୍‌ ଇଣ୍ଡିଆ । ଯାହା କେହି କରି ପାରିନଥିଲେ ସେ କଥା ଆଜି ଏହି ଯୁବ ଟିମ୍‌ କରି ଦେଖାଇଲା । ଗାବାରେ କେବେି ଜିତିନଥିଲା ଭାରତୀୟ ଦଳ ଆଜି ସେହି ଧାରା ଭାଙ୍ଗିଛି । ଅଧିନାୟକ ବିରାଟ କୋହଲିଙ୍କ ସମେତ ଦଳର ଅଧିକାଂଶ ସିନିୟର ଖେଳାଳି ଦଳରେ ନାହାନ୍ତି । ତଥାପି ଯୁବ ଖେଳାଳି ଦୃଢ଼ ମାନସିକତା ଦେଖାଇ ଅଷ୍ଟ୍ରେଲିଆକୁ ତା ମାଟିରେ ଧୂଳି ଚଟାଇଛି । ଚତୁର୍ଥ ଟେଷ୍ଟ ଜିତି ଭାରତ ୨-୧ରେ ସିରିଜ୍‌ ବିଜୟୀ ହୋଇଛି । ଏହା ସହିତ ୩ ଓ୍ଵିକେଟ୍‌ରେ ବିଜୟୀ ହୋଇ ଆଉ ଏକ ଇତିହାସ ରଚିଛି ଭାରତୀୟ ଦଳ ।

PANT-1

ଋଷଭ ପନ୍ତ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଏବଂ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ପ୍ଲେୟାର ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି । ମ୍ୟାଚ୍‌ ଜିତିବା ପାଇଁ କଙ୍ଗାରୁ ଦଳ ଦେଇଥିଲା ୩୨୮ ରନ୍‌ର ଟାର୍ଗେଟ୍‌ । ଓ୍ଵିକେଟ୍‌ କିପର/ବ୍ୟାଟସମ୍ୟାନ୍‌ ପନ୍ତ ଏଭଳି ଧୈର୍ଯ୍ୟ ଓ ଆକ୍ରମଣର ସହ ବ୍ୟାଟିଂ କଲେ ଯେ ଭୁଲାଇ ଦେଲେ ମ୍ୟାଚ୍‌ ଫିନିସର ଧୋନିଙ୍କ ଅଭାବ । ଉଭୟ କିପିଂ ଓ ବ୍ୟାଟିଂ ପାଇଁ ସମାଲୋଚିତ ହୋଇ ଆସୁଥିବା ପନ୍ତ ଆଜି ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ସେ ୧୩୮ ବଲ୍‌ରେ ଅପରାଜିତ ୮୯ ରନ୍‌ କରିଛନ୍ତି । ଲାବୁସେନ୍‌ଙ୍କ ଓଭରର ପ୍ରଥମ ବଲ୍‌ରେ ବିଜୟସୂଚକ ଚୌକା ମାରି ଦଳ ପାଇଁ ଐତିହାସିକ ବିଜୟ ଆଣି ଦେଇଥିଲେ ପନ୍ତ ।

PANT

ପୂର୍ବରୁ ଅର୍ଦ୍ଧଶତକ କରି ଚେତେଶ୍ବେର ପୂଜାରା ପାଭଲିଅନ ଫେରିଥିଲେ। ପୂଜାରା ୨୧୧ ବଲରେ ୫୬ ରନ୍ କରିଥିଲେ। ତିନି ଥର ବଲ୍ ବାଜି ଆହତ ହୋଇ ମଧ୍ୟ ଦୀର୍ଘ ସମୟଧରି କ୍ରିଜରେ ଯୋଦ୍ଧା ଭଳି ଖେଳିଥିଲେ। ରୋହିତ ୭ ରନ୍ କରି ଆଉଟ୍‌ ହୋଇଥିଲା ବେଳେ ଶୁଭମନ ଗିଲ ପାଳି ସମ୍ଭାଳିଥିଲେ। ଗିଲ ୯୧ ରନ୍ କରିଥିବା ବେଳେ ପୂଜାର ୫୬ ରନ୍, ଅଧିନାୟକ ରାହେଣ ୨୪ ରନ୍, ମୟଙ୍କ ଅଗ୍ରୱାଲ ୯ ରନ୍, ଓ୍ଵାଶିଂଟନ୍‌ ସୁନ୍ଦର ୨୨ ରନ ଏବଂ ଶାର୍ଦ୍ଦୁଳ ଠାକୁର ୨ ରନ୍ କରିଥିଲେ।

PANT-3

ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନରେ ଅଲ୍ଆଉଟ୍ ହୋଇଥିବା ବେଳେ ଭାରତୀୟ ଟିମ୍ ୩୩୬ ରନରେ ଅଲ୍ଆଉଟ୍ ହୋଇଥିଲା । ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଠାରୁ ୩୩ ରନରେ ପଛରେ ରହିଥିଲା । ୨ୟ ଇନିଂସର ଟିମ୍ ଅଷ୍ଟ୍ରେଲିଆ ୨୯୪ ରନ୍‌ କରିଥିଲା।

ଏହି ଟେଷ୍ଟ ମ୍ୟାଚ୍‌ ଜିତି ଭାରତୀୟ ଦଳ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ପ୍ରତିଯୋଗିତାରେ ଏବେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ।

SCORE UPDATE

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.