ସିଡନୀ(କେନ୍ୟୁଜ୍) : ସିଡନୀ ଟେଷ୍ଟରେ ଫଲୋଅନ୍ ଦେଲା ଭାରତ । ପୁଣି ବ୍ୟାଟିଂ ଆରମ୍ଭ କଲା ଅଷ୍ଟ୍ରେଲିଆ । ଆଜି ବର୍ଷା ଯୋଗୁ ଚତୁର୍ଥ ଦିନରେ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ଅଷ୍ଟ୍ରେଲିଆ ୩୦୦ ରନ୍ କରି ଅଲଆଉଟ୍ ହୋଇଛି । ଫଳରେ ଭାରତ ୩୨୨ ରନ୍ରେ ଆଗୁଆ ରହିଛି । ପ୍ରଥମ ଇନିଂସର ହିରୋ ସାଜିଥିଲେ କୁଲଦୀପ ଯାଦବ । ୫ଟି ଓ୍ଵିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍କୁ ଧରାଶାୟୀ କରିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ବୁମ୍ରାହ ଗୋଟିଏ ଓ୍ଵିକେଇ ନେଇଛନ୍ତି । ପ୍ରଥମ ଇନିଂସରେ ଭାରତ ବିଶାଳ ୬୨୨ ରନ୍ର ସ୍କୋର କରି ପାଳି ଘୋଷଣା କରିଥିଲା । ଦଳ ପକ୍ଷରୁ ଚେତେଶ୍ୱର ପୂଜାରା ଓ ରୁଷଭ ପନ୍ଥ ଶତକ ହାସଲ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ମୟଙ୍କ ଅଗ୍ରଓ୍ଵାଲ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଓପନର ମରକସ୍ ହାରିସ୍ ସର୍ବାଧିକ ୭୯ ରନ୍ କରିଥିଲେ ।
Next Post