ଇଂଲଣ୍ଡ- ଭାରତ ଦ୍ବିତୀୟ ଟେଷ୍ଟ: ୩ୟ ଦିନ ଖେଳ ସୁଦ୍ଧା ୩୯୧ ରନ କରିଛି ଇଂଲଣ୍ଡ

ଲର୍ଡସ ତୃତୀୟ ଦିନରେ ଜୋ ରୁଟ୍‌ଙ୍କ ରାଜ୍‌ । ଜୋ ରୁଟ୍‌ଙ୍କ ଅପରାଜିତ ୧୮୦ ରନ୍‌ ଆଗରେ ନିରାଶ ହେଲେ ଭାରତୀୟ ବୋଲର । ଭାରତୀୟ ବୋଲର ଯେତେ ରଣକୌଶଳ ଆପଣାଇଥିଲେ ବି ତାଙ୍କ ଓ୍ଵିକେଟ ହାତେଇପାରିନଥିଲେ । ଫଳରେ ୩୯୧ ରନ କରିବାରେ ଦଳ ସଫଳ ହୋଇଥିଲା ।

ତୃତୀୟ ଦିନ ଶେଷ ସୁଦ୍ଧା ୩୯୧ରେ ସମସ୍ତ ଓ୍ଵିକେଟ ହରାଇଥିଲା ଇଂଲଣ୍ଡ । ଭାରତଠୁ ୨୭ ରନର ଅଗ୍ରଣୀ ନେଇଛି ଇଂଲଣ୍ଡ । ଭାରତ ପକ୍ଷରୁ ସର୍ବାଧିକ ୪ଟି ଓ୍ଵିକେଟ ନେଇଥିଲେ ମହମ୍ମଦ ସିରାଜ । ଇଶାନ୍ତ ଶର୍ମା ୩ଟି ଓ୍ଵିକେଟ ନେଇଛନ୍ତି । ପୂର୍ବରୁ ଲୋକେଶ ରାହୁଲ ୧୨୭ ରନ ଓ ରୋହିତ ଶର୍ମାଙ୍କ ୮୪ ରନ ବଳରେ ପ୍ରଥମ ଇନିଂସରେ ୩୬୪ ରନ କରିଥିଲା ଭାରତ । ଜେମ୍ସ ଆଣ୍ଡରସନ ୫ଟି ଓ୍ଵିକେଟ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.