ଇଂଲଣ୍ଡ ବିପକ୍ଷ ଭାରତର ପ୍ରଥମ ଟି-୨୦ ମ୍ୟାଚ୍ !

england-v-indiaନୂଆଦିଲ୍ଳୀ :  ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦କୁ ୮ ଓ୍ଵିକଟ୍ରେେ ଦଖଲ କରିଛି ଭାରତ । କୁଲଦୀପ ଯାଦବଙ୍କ ସ୍ପିନ୍ ଯାଦୁ ଓ ଲୋକେଶ ରାହୁଲଙ୍କ ରନ୍ ବର୍ଷା ସହ ଇଂଲଣ୍ଡ ବିପକ୍ଷରେ ବିଜୟରୁ ଅଭିଜାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ସହଜରେ ପରାସ୍ତ କରି ୧-୦ରେ ଆଗୁଆ ହୋଇଛି ଟିମ୍ ଇଣ୍ଡିଆ ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୮ ଓ୍ଵିକେଟରେ ୧୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମ ୪.୫ ଓଭରରେ ଇଂଲଣ୍ଡ ୫୦ ରନ୍ ପୂରଣ କରିଥିଲା । କିନ୍ତୁ ପରେ କୁଲଦୀପଙ୍କ ସ୍ପିନ୍ ଜାଲରେ ଫସି ଯାଇଥିଲେ ଇଂଲଣ୍ଡ ଖେଳାଳି । କୁଲଦୀପ ୫ ଓ୍ଵିକେଟ୍ ନେଇ ଇଂଲଣ୍ଡର ବ୍ୟାଟିଂ ଗଡ଼ିକୁ ଧରାଶାୟୀ କରିଥିଲେ । ଜବାବରେ ଭାରତ ମାତ୍ର ଦୁଇ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ଲୋକେଶ ରାହୁଲ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ । ମାତ୍ର ୫୪ ବଲରେ ୫ ଛକା ଓ ୧୦ ଚୌକା ବଳରେ ୧୦୧ ରନ୍ ସଂଗ୍ରହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.