ଜିତିଲେ ବି ଭାରତ ଏସିଆ କପ୍‌ ଫାଇନାଲ୍‌ରେ ପହଞ୍ଚି ପାରିବ ତ ?

ଦୁବାଇ : ଆଉ କିଛି ସମୟ ପରେ ଏସିଆ କପ୍‌ ଟି-୨୦ର ‘କର ବା ମର’ ମ୍ୟାଚ୍‌ରେ ଶ୍ରୀଲଙ୍କା ଭେଟିବ ଟିମ୍‌ ଇଣ୍ଡିଆ । ଏଥିରେ ଜିତିବାକୁ ବାଧ୍ୟ ବୋଲି କୁହାଯାଉଛି । ହେଲେ ଜିତିଲେ ବି ଭାରତୀୟ ଦଳ କଣ ଏସିଆ କପ୍‌ ଫାଇନାଲ୍‌ରେ ପହଞ୍ଚି ପାରିବ ? ଏ ପ୍ରଶ୍ନ ଏବେ ସବୁ କ୍ରିକେଟ୍‌ ପ୍ରେମୀଙ୍କ ମନରେ ଚାଲିଛି ।

କାରଣ ସୁପର ଫୋର ପର୍ଯ୍ୟାୟରେ ଭାରତ ଗୋଟିଏ ମ୍ୟାଚ୍‌ ହାରି ସାରିଛି । ପାକିସ୍ତାନ ଠାରୁ ହାରିବା ପରେ କିଏ ଫାଇନାଲ୍‌କୁ ଯିବ ତାହା ସ୍ପଷ୍ଟ ନୁହେଁ । ସୁପର ଫୋର ପର୍ଯ୍ୟାୟରେ ସବୁ ଟିମ୍‌ ତିନିଟି ଲେଖାଏଁ ମ୍ୟାଚ୍‌ ଖେଳିବେ । ପାକିସ୍ତାନ ଠାରୁ ୫ ଓ୍ଵିକେଟ୍‌ରେ ହାରିବା ପରେ ଭାରତୀୟ ଦଳ ଏବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ସହ ମ୍ୟାଚ୍‌ ଖେଳିବ । ପଏଣ୍ଟ ଟେବୁଲରେ ବର୍ତ୍ତମାନ ଭାରତ ତୃତୀୟ ସ୍ଥାନରେ ରହିଛି । ଯଦି ଉଭୟ ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ଭାରତ ହରାଇ ଦିଏ ତେବେ ଫାଇନାଲ୍‌ରେ ପହଞ୍ଚି ପାରିବ । ଦୁଇଟି ଯାକ ମ୍ୟାଚ୍‌ ଜିତିଲେ ଭାରତକୁ ମିଳିବ ଚାରି ପଏଣ୍ଟ । ଆଉ ଯଦି ନେଟ୍‌ ରନ୍‌ ହାର ଭଲ ରହେ ତେବେ ଫାଇନାଲ୍‌କୁ ଯିବାରେ କୌଣସି ଅସୁବିଧା ହେବ ନାହିଁ ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଯଦି ପାକିସ୍ତାନକୁ ହରାଇ ଦିଏ ତେବେ ଭାରତ ପାଇଁ ଅସୁବିଧା ହେବ । କାରଣ ପୂର୍ବରୁ ଶ୍ରୀଲଙ୍କାର ରନ୍‌ ହାର ଭାରତ ତୁଳନାରେ ଭଲ ଅଛି । ତେଣୁ ଶେଷ ଦୁଇ ମ୍ୟାଚ୍‌ରେ ଭାରତକୁ ବିଜୟୀ ହେବା ସହିତ ରନ୍‌ ହାର ବଢ଼ାଇବା ଉପରେ ଗୁରୁତ୍ୱ ଦେବାକୁ ହେବ ।

ସେପଟେ ଭାରତକୁ ହରାଇଥିବା ପାକିସ୍ତାନ ଯଦି ତାର ବାକି ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ହରାଇ ଦିଏ ତେବେ ସିଧାସଳଖ ଫାଇନାଲ୍‌ରେ ପହଞ୍ଚିଯିବ । ଆଉ ଭାରତ ଯଦି ସେହିଭଳି ସ୍ଥିତିରେ ବିଜୟୀ ହୁଏ ତାହା ହେଲେ ଫାଇନାଲ୍‌ରେ ଏହି ଦୁଇ ଦଳ ପୁଣି ଭେଟାଭେଟି ହେବେ । ଏହି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚଳିତ ଏସିଆ କପ୍‌ରେ ଦୁଇଥର ପରସ୍ପରକୁ ଭେଟି ସାରିଛନ୍ତି । ଥରେ ଭାରତ ଓ ଥରେ ପାକିସ୍ତାନ ଜିତି ସମାନ ସ୍ଥିତିରେ ରହିଛନ୍ତି । ତେବେ ସୁପର ଫୋରରେ ଭାରତର ପରାଜୟ ସମସ୍ୟା ସୃଷ୍ଟି କରିଛି ।

Also Read : କ୍ରିକେଟରୁ ସଂପୂର୍ଣ୍ଣ ସନ୍ନ୍ୟାସ ନେଲେ ସୁରେଶ ରାଇନା, ଆଇପିଏଲ ବି ଖେଳିବେନି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.