ଆଜିଠୁ ଭାରତ-ଆୟର୍ଲାଣ୍ଡ ଟି-୨୦ ସିରିଜ୍, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ଇଣ୍ଡିଆ

ଆଜିଠୁ ଭାରତ-ଆୟର୍ଲାଣ୍ଡ ଟି-୨୦ ସିରିଜ । ଟିମ ଇଣ୍ଡିଆ ଏହି ସିରିଜ୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳିବ । ଋତୁରାଜ ଗାଏକଓ୍ଵାଡ, ଇଶାନ କିଷାନ, ଆଭେଶ ଖାନ୍‌, ରାହୁଲ ତ୍ରିପାଠୀଙ୍କ ଭଳି ଯୁବ ଖେଳାଳି ରହିଛନ୍ତି । ଦଳକୁ ଫେରିଥିବା ଓ୍ଵିକେଟ କିପର ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ମଧ୍ୟ ବଡ଼ ସୁଯୋଗ ଆଣିବ ଏହି ସିରିଜ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁଯୋଗ ପାଇନଥିବା ଭେଙ୍କଟେଶ ଆୟର, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂ ପ୍ଲେଇଂ ଇଲେଭେନ ରେସରେ ଅଛନ୍ତି । ଯୁଝବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କୁ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ରହିପାରନ୍ତି । ଭିଭିଏସ ଲକ୍ଷ୍ମଣ ଏହି ସିରିଜର କୋଚ୍‌ ଭାବେ ଦାୟିତ୍ୱ ତୁଲାଇବେ । ଆଜି ରାତି ୯ଟାରେ ମ୍ୟାଚ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.