ତୃତୀୟ ଟି-୨୦ ମ୍ଯାଚରେ ଇଂଲଣ୍ଡର ଦମଦାର ବିଜୟ, ୮ ୱିକେଟରେ ଭାରତକୁ ଦେଲା ମାତ୍

ଅହମ୍ମଦାବାଦ ୩ୟ ଟି-୨୦ ମ୍ଯାଚରେ ଇଂଲଣ୍ଡର ଦମଦାର ବିଜୟ । ଭାରତକୁ ୮ ଓ୍ଵିକେଟରେ ପରାସ୍ତ କରିଛି ଇଂଲଣ୍ଡ। ଏହି ବିଜୟ ସହ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ଭାରତର ୧୫୭ ରନ ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ଏହି ବିଜୟ ପାଇଛି।

ପୁଣିଥରେ ଟସ୍ ହାରିବା ସହ ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ। ବଟଲରଙ୍କ ଶାନଦାର ଇନିଂସ୍ ଆଗରେ ଫିକା ପଡ଼ିଲା ବିରାଟଙ୍କ ଅର୍ଦ୍ଧଶତକୀୟ ଇନିଂସ୍। ବଟଲରଙ୍କ ୮୩ ଓ ଜନି ବେୟାରଷ୍ଟାଙ୍କ ଅପରାଜିତ ୪୦ ରନ୍ ବଳରେ ସହଜ ବିଜୟ ହାସଲ କରିଛି ଇଂଲଣ୍ଡ ଦଳ।

ପୂର୍ବରୁ ବିରାଟ୍ କୋହଲିଙ୍କ ଲଢୁଆ ଇନିଂସ୍ ବଳରେ ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା । କୋହଲି ଅପରାଜିତ ୭୭ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିନଥିଲେ । ଓପ୍ନର ଲୋକେଶ ରାହୁଲ କ୍ରମାଗତ ତୃତୀୟ ମ୍ୟାଚରେ ଫେଲ୍ ମାରିଥିଲେ । ପୂର୍ବ ମ୍ୟାଚ୍ ଭଳି ରାହୁଲ ଖାତା ଖୋଲିପାରିନଥିଲେ । ସେହିପରି ଦଳକୁ କମବ୍ୟାକ୍ କରିଥିବା ରୋହିତ ଶର୍ମା ୧୫ ରନ୍ କରିଥିଲେ । ଡେବ୍ୟୁ ମ୍ୟାଚରେ ମ୍ୟାନ୍ ଅଫ୍ ମ୍ୟାଚ୍ ହୋଇଥିବା ଇଶାନ୍ତ କିଶନ ୪ ରନ ନିରାଶ କରିଥିଲେ । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ସର୍ବାଧିକ ୩ଟି ଓ ଜୋର୍ଡାନ୍ ୨ଟି ୱିକେଟ୍ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.