ଟିମ୍‌ ଇଣ୍ଡିଆର ଅତି ଖରାପ ବ୍ୟାଟିଂ ନେଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା

ଭୁବନେଶ୍ୱର (କେ ନ୍ୟୁଜ୍‌) : କ୍ରିକେଟ୍‌ ପାଗଳ ଭାରତରେ ଯଦି ଦଳ ହାରିଲା ତ ରକ୍ଷା ନାହିଁ । ଆଜି ସେଭଳି ସ୍ଥିତି ସୃଷ୍ଟି କରିଛି ବିରାଟ ବାହିନୀ । ଆଡିଲେଡ୍‌ ଠାରେ ଖେଳା ଯାଇଥିବା ପିଙ୍କ୍‌ ବଲ୍‌ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ତିନି ଦିନରୁ କମ୍‌ ସମୟ ଭିତରେ ସରିଗଲା । ପ୍ରଥମ ପାଳିରେ ଭାରତୀୟ ଦଳର ପ୍ରଦର୍ଶନ ଯାହା ଥିଲା ସେଥିରେ ଲିଡ୍‌ ନେଇ କଙ୍ଗାରୁ ଭଲ ଭାବେ ଟକ୍କର ଦେବ ବୋଲି ଆଶା କରାଯାଉଥିଲା । ଆଉ ଏଭଳି ଭାବେ ବ୍ୟାଟିଂ ଦୁର୍ଗ ଭୁଶୁଡ଼ି ପଡ଼ିବ ବୋଲି କେହି ସ୍ୱପ୍ନରେ ବି ଭାବିନଥିଲେ । ଯଦିଓ ବୋଲରଙ୍କ ପାଇଁ ଭଲ ସହାୟତା ଦେଉଥିଲା ଏହି ପିଚ୍‌ ଏବଂ ବ୍ୟଟ୍ସମ୍ୟାନ୍‌ଙ୍କୁ ରନ୍‌ ସଂଗ୍ରହ କରିବା ଲାଗି ସହଜ ହେଉନଥିଲା ତଥାପି ଟିମ୍‌ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍‌ ଯେ ଦୁଇ ଅଙ୍କରେ ପହଞ୍ଚି ପାରିବେନି ଏକଥା ସମସ୍ତଙ୍କ କଳ୍ପନା ବାହାରେ ଥିଲା । ମାତ୍ର ୩୬ ରନ୍‌ରେ ଭାରତ ଅଲ୍‌ଆଉଟ୍‌ ହେବ ଏକଥା କିଏ ବା ବିଶ୍ୱସ କରିବ ? ଯେଉଁଠି ବିରାଟ କୋହଲିଙ୍କ ଭଳି ଧୁରନ୍ଧର ବ୍ୟାଟ୍‌ସମ୍ୟାନ୍‌ ଅଛନ୍ତି । ପୁଣି ତାଙ୍କ ସହ ଅନ୍ୟ ଯୁବ ଏବଂ ଅଭିଜ୍ଞ ଖେଳାଳି ବି ରହିଛନ୍ତି । ହେଲେ ମାତ୍ର ୨୧.୨ ଓଭର୍‌ ଅର୍ଥାତ୍‌ ୧୨୮ଟି ବଲ୍‌ରେ ଦଳର ୯ଟି ଓ୍ଵିକେଟ୍‌ ଗଳି ପଡ଼ିଲା । ଏହା ପୂର୍ବରୁ ୧୯୭୪ ମସିହାରେ ଇଂଲଣ୍ଡ ବିପକ୍ଷରେ ଲର୍ଡସ୍‌ ଠାରେ ୧୭ ଓଭର ଖେଳି ୪୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା ଭାରତୀୟ ଦଳ ।

 

କ୍ରିକେଟ୍‌ ଭାଷ୍ୟକାର ହର୍ଷ ଭୋଗଲେ କହିଛନ୍ତି, ଏହା କୌଣସି ଦୁଃସ୍ୱପ୍ନ ନୁହେଁ, ଏହା ସତରେ ଘଟିଛି । ସେହବାଗ ଟ୍ଵିଟ୍‌ କରିଛନ୍ତି ଏହି ଓଟିପି ୪୯୨୦୪୦୮୪୦୪୧କୁ ସବୁ ଦିନ ପାଇଁ ଭୁଲିଯିବା ଉଚିତ । ପୂର୍ବତନ ଓପ୍ନର ଓ୍ଵାିମ ଜାଫରଙ୍କ ଟ୍ଵିଟ୍‌ ହେଉଛି, କେବେ କେବେ ଅପାର ଆନନ୍ଦ ଭୀଷଣ ଦୁଃଖରେ ବଦଳିଯାଏ । ଯାହା ଆଜି ମୋତେ ଲାଗୁଛି ।

ଓଡ଼ିଆ ଖେଲାଳି ପ୍ରଜ୍ଞାନ ଓଝା ଲେଖିଛନ୍ତି, ମୁଁ ଜଣେ ଭାରତୀୟ କ୍ରିକେଟ୍‌ ଫ୍ୟାନ୍‌ ହିସାବରେ ଭାରି ଦୁଃଖୀ । ତେବେ ପୂର୍ବତନ ଓପ୍ନର କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଅଷ୍ଟ୍ରେଲିଆର ବୋଲର୍‌ ହାଜେଲଉଡ୍‌ଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ଆକାଶ ଚୋପ୍ରା ଓ ଗୌରବ କାର୍ଲା କହିଛନ୍ତି, ଶନିବାର ସକାଳଟି ବରବାଦ ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.