ପ୍ରଥମ ଦିନର ସମ୍ମାନ ରଖିଲେ କୋହଲି, ୬ ୱିକେଟ୍‌ ହରାଇ ଭାରତ କଲା ୨୩୩ ରନ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇ ଯାଇଛି । ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍‌ କୋହ ପୁଣି ଥରେ ଫର୍ମାଟକୁ ଫେରିଥିବା ଜଣାଯାଇଛି । ପ୍ରଥମ ଦିନର ଖେଳ ସୁଦ୍ଧା ଭାରତ ୬ ୱିକେଟ୍‌ ହରାଇ ୨୩୩ ରନ୍ କରିଥିବା ଜଣାଯାଇଛି । ପ୍ରଥମ ଦୁଇଟି ସେସନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ ଦେଖାଦେଇଥିବା ବେଳେ ବେଳେ ତୃତୀୟ ସେସନର ଶେଷ ଆଡ଼କୁ ଅଷ୍ଟ୍ରେଲିଆ ବୋଲର ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଭାରତ ପକ୍ଷରୁ କୋହଲି ସର୍ବାଧିକ ୭୪ ରନର ଇନିଂସ୍ ଖେଳିଥିବା ବେଳେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କଙ୍କ ନାଁରେ ବି ଦୁଇଟି ରେକର୍ଡ ହୋଇଛି ।

ଆଡିଲେଡ୍ ଓଭାଲରେ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଖରାପ ଫର୍ମ ଦେଇ ଗତି କରୁଥିବା ଓପ୍ନର ପୃଥ୍ୱୀ ଶ’ ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି । ତାଙ୍କୁ ଘରୋଇ ଦଳର ପେସ୍ ବୋଲର ମିଚେଲ୍ ଷ୍ଟାର୍କ କ୍ଲିନ୍ ବୋଲ୍ଡ କରି ଆଉଟ କରିଥିଲେ । ଅନ୍ୟପକ୍ଷରେ ଅନ୍ୟତମ ଯୁବ ଖେଳାଳି ମୟଙ୍କ ଅଗ୍ରୱାଲ୍ ଭଲ ଆରମ୍ଭ କରିଥିଲେ ହେଁ ବେଶୀ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ମାତ୍ର ୧୭ ରନ କରି ଆଉଟ ହୋଇଥିଲେ ମୟଙ୍କ ।ଚେତେଶ୍ୱର ପୂଜାରା ଓ କ୍ୟାପଟେନ୍ କୋହଲି ନିଜ ନିଜର ଅଭିଜ୍ଞତାର ଭରପୂର ଉପଯୋଗ କରିଥିବା ଦେଖାଦେଇଛି । ପୂଜାରା ଅଷ୍ଟ୍ରେଲିଆ ବୋଲରଙ୍କୁ ୱିକେଟ୍ ନେବା ପାଇଁ କୌଣସି ସୁଯୋଗ ଦେଇନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.