ଦ୍ୱିତୀୟ ଦିନିକିଆ, ରାହୁଲଙ୍କ ଶତକରେ ଇଂଲଣ୍ଡ ଆଗରେ ଭାରତର ରଖିଲା ୩୩୭ ରନ୍‌ର ଟାର୍ଗେଟ୍‌

ପୁନେ : କେଏଲ୍‌ ରାହୁଲଙ୍କ ଶତକ ସାଙ୍ଗକୁ ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ । ତା ସହିତ ଶେଷ ଭାଗରେ ପାଣ୍ଡ୍ୟା ବ୍ରଦର୍ସଙ୍କ ଧମାକାରେ ଭାରତ ଆଜି କରିଛି ୬ ଓ୍ଵିକେଟ୍‌ରେ ୩୩୬ ରନ୍‌ । ଫଳରେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଆଗେରେ ଜିତିବା ପାଇଁ ୩୩୭ ରନ୍‌ର ଟାର୍ଗେଟ୍‌ ରହିଛି । ଏହି ମ୍ୟାଚ୍‌ ଜିତିଲେ ଭାରତ ଦିନିକିଆ ସିରିଜ୍‌ ବିଜୟୀ ହେବ । ଆଉ ଯଦି ଇଂଲଣ୍ଡ ଜିତେ ତେବେ ସିରିଜ୍‌କୁ ଫେରିବ ।

ଟସ୍‌ ହାରିବା ପରେ ଇଂଲଣ୍ଡ ଠାରୁ ଡାକରା ପାଇଁ ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ଭାରତୀୟ ଦଳ । ଚତୁର୍ଥ ଓଭରରେ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଶିଖର ଧବନ୍‌ (୪ ରନ୍‌) ଆଉଟ୍‌ ହେଲେ ଏବଂ ରୋହିତ ଶର୍ମା ୨୫ ବଲ୍‌ରେ ୨୫ ରନ୍‌ କରି ବିଦାୟ ନେଲେ । ତା ପରେ କୋହଲି ଓ ରାହୁଲଙ୍କ ଯୋଡ଼ି ତୃତୀୟ ଓ୍ଵିକେଟ୍‌ରୁ ଉଠାଇଲେ ୧୨୧ ରନ୍‌ । କୋହଲି ୭୯ ବଲ୍‌ରେ ୬୬ ରନ୍‌ କରି ଆଉଟ୍‌ ହୋଇଥିଲେ ।

ତେବେ ରାହୁଲ ଓ ପନ୍ତଙ୍କ ଯୋଡ଼ି ଆହୁରି ଜୋରଦାର ଧମାକା କରିଥିଲା । ଏ ଦୁହେଁ ଚତୁର୍ଥ ଓ୍ଵିକେଟ୍‌ରେ ସଂଗ୍ରହ କଲେ ୧୧୩ ରନ୍‌ । ରାହୁଲ ୧୧୪ ବଲ୍‌ ଖେଳି ୨ଟି ଛକା ଓ ୭ଟି ଚୌକା ମାରି ୧୦୮ ରନ୍‌ କରିବା ପରେ ଆଉଟ୍‌ ହୋଇଥିଲେ । ତେବେ ପନ୍ତଙ୍କ ଇନିଂସ୍‌ରେ ଥିଲା ଅଧିକ ଛକା ଓ କମ୍‌ ଚୌକା । ସେ ୪୦ଟି ବଲ୍‌ ଖେଳି ୭ଟି ଛକା ଓ ୩ଟି ଚୌକା ମାରି ୭୭ ରନ୍‌ କରିଥିଲେ ।

ତେବେ ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୬ଟି ବଲ୍‌ ଖେଳି ୪ ଛକା ଓ ଗୋଟିଏ ଚୌକା ସହାୟତାରେ ୩୫ ରନ୍‌ କରିଥିଲେ । ଯାହାଫଳରେ ଭାରତର ସ୍କୋର ରକେଟ୍‌ ଭଳି ୩୩୦ ରନ୍‌ ପାର୍‌ ହୋଇଗଲା ।

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.