ଦ୍ୱିତୀୟ ଦିନିକିଆ : କେହି ଶତକ ସିନା କରି ପାରିଲେନି ହେଲେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଦେଲା ୩୪୧ ରନ୍‌ର ଟାର୍ଗେଟ୍‌

ରାଜକୋଟ : ମୁମ୍ବାଇର ଓ୍ଵାଙ୍ଖଡ଼େ ଝଟକା ପରେ ସୁଧୁରି ଯାଇଛି ଟିମ୍‌ ଇଣ୍ଡିଆ । ଆଜି ଦ୍ୱିତୀୟ ଦିନିକିଆରେ ବ୍ୟାଟ୍ସମ୍ୟାନ୍‌ମାନେ ବଢ଼ିଆ ବ୍ୟାଟିଂ କରିବା ଫଳରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ କରିଛି ୬ ଓ୍ଵିକେଟ୍‌ରେ ୩୪୦ ରନ୍‌ । ଏବେ ପାଳି ହେଉଛି ବୋଲରଙ୍କର । ସେମାନଙ୍କୁ ବର୍ତ୍ତମାନ ମହାଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ରୋକିବାକୁ ହେବ ।

DHAWAN

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଡାକରା ପାଇଥିଲା ଟିମ୍‌ ଇଣ୍ଡିଆ । ଦୁଇ ଓପ୍ନର ରୋହିତ ଶର୍ମା ଓ ଶିଖର ଧବନ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ । ରୋହିତ ଶର୍ମା ସ୍କୋର କରିବାକୁ ସମୟ ନେଇଥିବା ବେଳେ ଧବନ୍‌ ଆରମ୍ଭରୁ ଆଟାକିଂ ମୁଡ୍‌ରେ ଥିଲେ । ସେମାନେ ପ୍ରଥମ ଓ୍ଵିକେଟ୍‌ରେ ୮୧ ରନ୍‌ ଯୋଡ଼ିବା ପରେ ରୋହିତ ୪୪ ବଲ୍‌ରୁ ୪୧ ରନ୍‌ କରି ଆଉଟ୍‌ ହୋଇଥିଲେ । ପରେ ଧବନ୍‌ ଓ କୋହଲିଙ୍କ ଯୋଡ଼ି ଦ୍ୱିତୀୟ ଓ୍ଵିକେଟ୍‌ରେ ୧୦୩ ରନ୍‌ ସଂଗ୍ରହ କରିବା ଫଳରେ ଦଳ ଏକ ଭଲ ସ୍ଥିତିକୁ ଆସିଥିଲା । ହେଲେ ଧବନ ୯୬ ରନ୍‌ କରି ମାତ୍ର ୪ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ୧୩ ଚୌକା ଓ ଗୋଟିଏ ଛକା ମାରି ୯୦ ବଲ୍‌ରୁ ୯୬ ରନ୍‌ କରିଥିଲେ ।

KOHLI

ପରେ କୋହଲି ୭୬ ବଲ୍‌ରୁ ୭୮ ଏବଂ କେ.ଏଲ୍‌ ରାହୁଲ ୫୨ ବଲ୍‌ରୁ ଆକ୍ରମଣାତ୍ମକ ୮୦ ରନ୍‌ କରିଥିଲେ । ରାହୁଲ ୫୨ ବଲ୍‌ ଖେଳି ୬ ଚୌକା ଓ ୩ଟି ଛକା ମାରିଥିଲେ । ଜାଡେଜା ୧୬ ବଲ୍‌ରୁ ଅପରାଜିତ ୨୦ ରନ୍‌ କରିଥିଲେ ।
ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ ଆଡାମ୍‌ ଜାମ୍ପା ୩ଟି ଓ ରିଚାର୍ଡ଼ସନ୍‌ ୨ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.