ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୩୪୮ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ହାମିଲଟନ୍‌ : ଚାରି ନମ୍ବର ବ୍ୟାଟ୍‌ସମ୍ୟାନ୍‌ ଶ୍ରେୟସ ଆୟର ନିଜର ପ୍ରଥମ ଦିନିକିଆ ଶତକ ଅର୍ଜନ କରିଛନ୍ତି । ତାଙ୍କର ଶତକ ଏବଂ ଅଧିନାୟକ ବିରାଟ କୋହଲି ଓ ଫର୍ମରେ ଥିବା କେ.ଏଲ୍‌ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ କରିଛି ୪ ଓ୍ଵିକେଟ୍‌ରେ ୩୪୭ ରନ୍‌ । ଫଳରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଜିତିବା ପାଇଁ ଘରୋଇ ନ୍ୟୁଜିଲାଣ୍ଡ ଦଳକୁ ଓଭର୍‌ ପିଛା ୬.୯୪ ହରରେ କରିବାକୁ ହେବ ୩୪୮ ରନ୍‌ ।
ଆଜି ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ଫିଲଡିଂ ନେଇଥିଲା । ଭାରତ ପକ୍ଷରୁ ବ୍ୟାଟିଂ ସପ୍‌ କରିଥିଲେ ଦୁଇ ଯୁବ ଓପ୍ନର ମୟଙ୍କ ଅଗ୍ରଓ୍ଵାଲ ଓ ପୃଥ୍ଵୀ ସ । ଏମାନେ ବେଶ୍‌ ବଢ଼ିଆ ଖେଳି ପ୍ରଥମ ଓ୍ଵିକେଟ୍‌ରେ ୫୦ ରନ୍‌ ସଂଗ୍ରହ କରିବା ପରେ ପୃଥ୍ଵୀ ୨୦ ରନ୍‌ (୧୨ ବଲ୍‌, ୩ ଚୌକା) ଏବଂ ମୟଙ୍କ ୩୨ ରନ୍‌ (୩୧ ବଲ୍‌, ୬ ଚୌକା) କରି ଆଉଟ୍‌ ହୋଇଥିଲେ । ଏହା ପରେ ବିରାଟ କୋହଲି ୬୩ ବଲ୍‌ରେ ୫୧ ରନ୍‌ (୬ ଚୌକା) କରି ଶୋଧିଙ୍କ ବଲ୍‌ରେ କ୍ଲିନ୍‌ ବୋଲଡ୍‌ ହୋଇ ଯାଇଥିଲେ । କୋହଲି ଓ ଆୟର ତୃତୀୟ ଓ୍ଵିକେଟ୍‌ରେ ସଂଗ୍ରହ କରିଥିଲେ ୧୦୨ ରନ୍‌ ।
ଏହା ପରେ ଆରମ୍ଭ ହୋଇଥିଲା ଆୟର ଓ ରାହୁଲଙ୍କ ଭାଗିଦାରୀ । ଏମାନେ ଚତୁର୍ଥ ଓ୍ଵିକେଟ୍‌ରେ ୧୩୬ ରନ୍‌ ଯୋଗ କରିଥିଲେ । ଆୟର ତାଙ୍କର ୧୬ତମ ଦିନିକିଆରେ ୧୦୭ ବଲ୍‌ ଖେଳି ୧୦୩ ରନ୍‌ କରି ସାଉଦିଙ୍କ ଶିକାର ହୋଇଥିଲେ । ତାଙ୍କ ଇନିଂସ୍‌ରେ ଥିଲା ୧୧ ଚୌକା ଓ ୧ ଛକା ।

ରାହୁଲଙ୍କ ଧମାକା

ତେବେ ସମସ୍ତଙ୍କ ଠାରୁ ଅଲଗା ଥିଲା ରାହୁଲଙ୍କ ଇନିଂସ୍‌ । ଆତ୍ମବିଶ୍ୱାସରେ ଭରପୂର ଥିବା ଏହି ଖେଳାଳି ପଡ଼ିଆକୁ ଆସିବା କ୍ଷଣି ଆରମ୍ଭ କରି ଦେଇଥିଲେ ଆକ୍ରମଣ । ପ୍ରଥମରୁ ଛକା ପରେ ଛକା ମାରି ଚାଲିଥିଲେ । ମାତ୍ର ୪୧ ବଲ୍‌ରେ ସେ ନିଜର ସପ୍ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଥିଲେ ।

RAHUL-1

ସେ ୬୪ ବଲ୍‌ରେ ୮୮ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଏଥିରେ ଥିଲା ୩ଟି ଚୌକା ଓ ୬ଟି ଛକା । ସେହିପରି ଯାଦବ ୧୫ ବଲ୍‌ରୁ ୨୬ ରନ୍‌ (୩ ଚୌକା, ୧ ଛକା) କରିଛନ୍ତି । ଅସମାପ୍ତ ପଞ୍ଚମ ଓ୍ଵିକେଟ୍‌ରୁ ରାହୁଲ ଓ ଯାଦବ ଉଠାଇଥିଲେ ୧୫୫ ରନ୍‌ । ଶେଷ ଓଭର୍‌ରେ ବେନେଟ ଚାଲାକି କରି ଅଧିକ ଓ୍ଵାଇଡ୍‌ ବଲ୍‌ ପକାଇଥିଲେ । ଫଳରେ ଭାରତ ୩୫୦ ରନ୍‌ ଟପି ପାରି ନଥିଲା ।

ସ୍କୋର : ଭାରତ-, ୩୪୭/୪, ୫୦ ଓଭର୍‌ । (ପୃଥ୍ଵୀ ସ ୨୦, ମୟଙ୍କ ଅଗ୍ରଓ୍ଵାଲ ୩୨, ବିରାଟ କୋହଲି ୫୧, ଶ୍ରେୟସ ଆୟର ୧୦୩, କେ.ଏଲ୍‌ ରାହୁଲ ଅପରାଜିତ ୮୮, କେଦାର ଯାଦବ ଅପରାଜିତ ୨୬ ରନ୍‌ । ସାଉଦି ୮୫/୨) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.