ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ୍‌, ଖେଳାଯିବ ତିନିଟି ଟି-୨୦ ଓ ତିନିଟି ଓ୍ଵାନ୍‌ ଡେ’ ମ୍ୟାଚ୍

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ୍‌ । ସିରିଜରେ ତିନିଟି ଟି-୨୦ ଓ ତିନିଟି ଓ୍ଵାନ୍‌ ଡେ’ ମ୍ୟାଚ ଖେଳାଯିବ । ପ୍ରଥମ ଟି ୨୦ ତିରୁବନ୍ତପୁରମରେ ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଜିତିବା ପରେ ଟିମ୍‌ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ଟି-୨୦ ବିଶ୍ୱକପ ପୂର୍ବରୁ ଏହି ସିରିଜ୍‌ ବହୁ ଗୁରୁତ୍ୱ ବହନ କରୁଛି ।

ଭାରତର ଏହି ଟିମ୍‌ ବିଶ୍ୱକପ ଖେଳିବା ସମ୍ଭାବନା ଅଧିକ । ତେଣୁ ଚୂଡ଼ାନ୍ତ ଏକାଦଶରେ ବେଶୀ ପରୀକ୍ଷା ନିରୀକ୍ଷା କରିନପାରନ୍ତି କ୍ୟାପଟେନ୍‌ ରୋହିତ ଶର୍ମା । ତେବେ ମିଡିଲ ଅର୍ଡରରେ ପରିବର୍ତ୍ତନ ହୋଇପାରେ । ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି ।

ଆହତ କାରଣରୁ ଖେଳି ନପାରନ୍ତି ଦୀପକ ହୁଡା । ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିପାରେ । ଟେମ୍ବା ବାବୁମାଙ୍କ ନେତୃତ୍ୱରେ ଖେଳିବ ସାଉଥ ଆଫ୍ରିକା ।ଗୁଆହାଟୀରେ ଖେଳାଯିବ ଦ୍ୱିତୀୟ ଟି-୨୦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.