ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା: ବାଦ୍‌ ପଡିଲେ ପାଣ୍ଡ୍ୟା, ଅର୍ଶଦୀପ ଏବଂ ଭୁବନେଶ୍ୱର

ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ଟି-୨୦ବିଶ୍ୱକପ ପାଇଁ ଟିମ୍‌ ଚୟନ ପରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଘୋଷଣା ହୋଇଛି। ବିସିସିଆଇ ଏକ ବୟାନରେ ସୂଚନା ଦେଇଛି। ଏହି ସିରିଜ ପାଇଁ ବାଦ୍‌ ପଡିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ ଏବଂ ଭୁବନେଶ୍ୱର କୁମାର। ଉଭୟ ସିରିଜ୍‌ ଏବଂ ଟି-୨୦ ବିଶ୍ବକପ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଭାରତ ।

ଅଷ୍ଟ୍ରେଲିଆ ଗସ୍ତରେ ଅର୍ଶଦୀପ ସିଂହଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି । ଦୁଇଟି ଯାକ ସିରିଜ ପାଇଁ ପନ୍ତ ଏବଂ କାର୍ତ୍ତିକ ଉଭୟଙ୍କୁ ସ୍ଥାନ ମିଳିଛି ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ (ଓ୍ଵିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ମହମ୍ମଦ ସାମି ଏବଂ ଦୀପକ ଚହର

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଲୋକେସ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ (ଓ୍ଵିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ସାମି ଏବଂ ଦୀପକ ଚହର

ଆଇସିସି ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ରୋହିତ ଶର୍ମା ଅଧିନାୟକ ଭାବେ ଚୟନ ହୋଇଥିବା ବେଳେ କେଏଲ ରାହୁଲ ଉପ ଅଧିନାୟକ ଭାବେ ଚୟନ ହୋଇଛନ୍ତି। ବିଶ୍ୱକପ ପାଇଁ ଦଳକୁ ଫେରିଛନ୍ତି ଜସପ୍ରୀତ ବୁମରା। ଟିମରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ(ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂଙ୍କୁ ଚୟନ କରାଯାଇଛି। ସେହିପରି ଷ୍ଟାଣ୍ଡବାଏ ଖେଳାଳି ଭାବେ ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ଭାବେ ରହିଛନ୍ତି।

Also Read : ଆଇସିସି ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ଦଳକୁ ଫେରିଲେ ବୁମରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.