ଆଗାମୀ ମହିଳା ବିଶ୍ୱକପ ୨୦୨୫ର ଆୟୋଜନ କରିବ ଭାରତ, ଜାଣନ୍ତୁ କେଉଁଠି ହେବ WTC ଫାଇନାଲ

ଆଇସିସି ଆଗାମୀ ୫ ବର୍ଷ ପାଇଁ ଫ୍ୟୁଚର ଟୁର ପ୍ରୋଗ୍ରାମ୍ସ ପ୍ରସ୍ତୁତ କରିସାରିଛି। ଏହାକୁ ଏବେ ଜାରି କରାଯାଇନାହିଁ କିନ୍ତୁ ଖୁବଶୀଘ୍ର ଘୋଷଣା ହୋଇପାରେ ବୋଲି ଖବର ମିଳିଛି। ଏଥିରେ ଭାରତ ସମେତ ଶ୍ରୀଲଙ୍କା, ବାଲାଂଦେଶକୁ ମଧ୍ୟ ବଡ ଉପହାର ମିଳିଛି। ଏହି ନିଷ୍ପତ୍ତି ବର୍ମିହାମରେ ହୋଇଥିବା ଆଇସିସିର ବାର୍ଷିକ ବୈଠକରେ ନିଆଯାଇଛି।

ଆଗାମୀ FTP ରେ ମହିଳାଙ୍କୁ ନେଇ ଅନେକ ଟୁର୍ଣ୍ଣାମେଣ୍ଟ କରିବ ଆଇସିସି। ଆଉ ଯେଉଁ ଦେଶ ପ୍ରାୟୋଜକ ରହିବ ତାହାର ନାମ ମଧ୍ୟ ଚୟନ ହୋଇସାରିଛି। ଏଥିରେ ଭାରତ ଆଗାମୀ ମହିଳା ଦିନିକିଆ ବିଶ୍ୱକପ୍‌ ୨୦୨୫ର ଆୟୋଜନ କରିବ। ଏହାପୂର୍ବରୁ ୨୦୧୩ରେ ଭାରତ ମହିଳା ବିଶ୍ୱକପର ଆୟୋଜନ କରିଥିଲା।

ସେତେବେଳେ ଫାଇନାଲ ମ୍ୟାଚ୍‌ ମୁମ୍ବାଇର ବ୍ରିବୋନ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା ଟିମ୍‌ ବାଜି ମାରିନେଇଥିଲା। ଅଷ୍ଟ୍ରେଲିଆ ୧୧୪ ରନରେ େଓ୍ଵଷ୍ଟଇଣ୍ଡିଜ ମହିଳା ଟିମକୁ ହରାଇଥିଲା। ଏହାପରେ ପୁଣି ୧୨ ବର୍ଷ ପରେ ମହିଳା ବିଶ୍ୱକପର ଆୟୋଜନ କରିବ ଭାରତ।

ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୪ର ଆୟୋଜନ ଦାୟିତ୍ୱ ବାଲାଂଦେଶକୁ ମିଳିଛି। ବାଲାଂଦେଶ ଦ୍ୱିତୀୟ ଥର ପାଇଁ ଇଭେଣ୍ଟର ଦାୟିତ୍ୱ ନେବ। ସେହିପରି ୨୦୧୬ରେ ଦ୍ୱିତୀୟ ବିଶ୍ୱକପର ଦାୟିତ୍ୱ ଇଂଲଣ୍ଡ ନେବ। ଇଂଲଣ୍ଡରେ ଏହି ଟୁର୍ଣ୍ଣାମେଣ୍ଟ ୨୦୦୯ରେ ହୋଇଥିଲା। ସେହିପରି ମହିଳା ଟି-୨୦ ଚାମ୍ପିଅନ୍ସ ଟ୍ରଫି ୨୦୨୭ ଦାୟିତ୍ୱ ଶ୍ରୀଲଙ୍କାକୁ ମିଳିଛି। କିନ୍ତୁ ଶ୍ରୀଲଙ୍କା କ୍ୱାଲିଫାଏ କରିବା ପରେ ଏହି ଦାୟିତ୍ୱ ମିଳିବ।

ଏହାଛଡା FTP ରେ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପର ଦୁଇଟି ସିଜିନ ମଧ୍ୟ ରହିବ। ଏହାର ଫାଇନାଲ ପାଇଁ ଭେନ୍ୟୁ ଚୟନ ହୋଇନାହିଁ। ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ୨୦୨୩ ଏବଂ ୨୦୨୫ର ଫାଇନାଲ ଲଣ୍ଡନର ଲଡର୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ବୋଲି ଆଇସିସି ଘୋଷଣା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.