ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ଲଞ୍ଚ ବ୍ରେକ ସୁଦ୍ଧା ଭାରତର ସ୍କୋର ୧୬୩/୫

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବ୍ରିସ୍‌ବେନ୍ ଚତୁର୍ଥ ଟେଷ୍ଟର ଆଜି ତୃତୀୟ ଦିନ । ଆଜି ତୃତୀୟ ଦିନରେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ବଡ଼ ପାର୍ଟନରସିପ୍ ହେବ ବୋଲି ଆଶା କରାଯାଉଥିଲା । ପ୍ରଥମରୁ ଦୁଇ ଜଣ ଭଲ ପ୍ରଦର୍ଶନ କରିଥିଲେ । ହେଲେ ଜୋଶ୍ ହେଜଲଉଡ୍‌ଙ୍କ ଶିକାର ହୋଇଥିଲେ ପୂଜାରା । ୨୫ ରନ୍ କରି ପ୍ୟାଭିଲିନ୍ ଫେରିଥିଲେ ପୂଜାରା । ଏହା ପରେ ଅଧିନାୟକ ରାହାଣେ ୩୭ ରନ୍ କରି ଆଉଟ୍ ହୋଇଛନ୍ତି । ତୃତୀୟ ଓ୍ଵିକେଟ୍ ପାଇଁ ରାହାଣେ ଓ ପୂଜାରାଙ୍କ ମଧ୍ୟରେ ୪୫ ରନର ପାର୍ଟନରସିପ୍ ହୋଇଥିଲା । ଲଞ୍ଚ ବ୍ରେକ ସୁଦ୍ଧା ଭାରତର ସ୍କୋର ୧୬୩/୫ ରହିଛି। ଗତକାଲି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା।

ପୂର୍ବରୁ ରୋହିତ ଶର୍ମା ୪୪ ରନ୍ ଆଉଟ୍ ହୋଇଥିଲେ । ଏହା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା । ଅନେକ ବରିଷ୍ଠ ଖେଳାଳି ମଧ୍ୟ ରୋହିତଙ୍କୁ ଦାୟିତ୍ୱହୀନ ଖେଳାଳି ବୋଲି କହିଥିଲେ । ପ୍ରଥମ ଇନିଂସରେ କମାଲ କରିଥିଲେ ଟିମ୍ ଇଣ୍ଡିଆର ବୋଲର । ନଟ୍‌ରାଜନ୍, ସାର୍ଦ୍ଦୁଲ ଠାକୁର ଓ ଓ୍ଵାଶିଂଟନ୍ ସୁନ୍ଦର ତିନିଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ରେ ଅଲ୍‌ଆଉଟ୍ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.