ମେଲବର୍ଣ୍ଣରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ , ଟସ୍‌ ଜିତିଲା ଭାରତ, ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ

ମେଲବର୍ଣ୍ଣ(କେନ୍ୟୁଜ୍) : ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଆଜି ତୃତୀୟ ତଥା ଶେଷ ଦିନିକିଆ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ଭାରତୀୟ ଦଳରେ ତିନିଟି ପରିବର୍ତ୍ତନ କରାଯାଇଛି । ଅମ୍ବାତି ରାଇଡୁ, କୁଲଦୀପ ଯାଦବ ଓ ମହମ୍ମଦ ସିରାଜଙ୍କ ସ୍ଥାନରେ ବିଜୟ ଶଙ୍କର, କେଦାର ଯାଦବ ଓ ଚହଲଙ୍କୁ ଦଳରେ ସାମିଲ କରାଯାଇଛି । ସିରିଜ ଏବେ ୧-୧ରେ ବରାବର ଥିବାରୁ ଜିଏ ମ୍ୟାଚ ଜିତିବ ସେ ସିରିଜ ଦଖଲ କରିବ । ଟେଷ୍ଟରେ ଇତିହାସ ରଚିବା ପରେ ଓ୍ଵାନ୍‌ ଡେ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ ।

India_vs_Australia_1547776408୧୧ ବର୍ଷ ହେଲା ଅଷ୍ଟ୍ରେଲିଆ ମାଟିରେ ଓ୍ଵାନଡେ ସିରିଜ ଜିତିନଥିବା ମ୍ୟାନ ଇନ ବ୍ଲୁ ଇତିହାସ ରଚିବାକୁ ସୁଯୋଗ ରହିଛି । ଉଭୟ ଦଳ ମଧ୍ୟରେ ୫୦ଟି ଦିନିକିଆରୁ ମାତ୍ର ଭ୍ରମଣକାରୀ ଦଳ ୧୨ଟିରେ ବାଜି ମାରିଛି । ତେବେ ଭାରତୀୟ ଦଳ ଏବେ ଦମଦାର ଫର୍ମରେ ଅଛି । ଗତ ୯ ମାସରେ ୧୬ଟି ଓ୍ଵାନଡେରୁ ୧୦ଟିରେ ବାଜି ମାରିଛି । ତେବେ ମେଲବର୍ଣ୍ଣ ରେକର୍ଡ ବି କଙ୍ଗାରୁ ଦଳ ସପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ ୧୪ଟି ମ୍ୟାଚ ଖେଳାଯାଇଥିବା ବେଳେ ଅଷ୍ଟ୍ରେଲିଆ ୯ଟିରେ ବାଜି ମାରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.