ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ : ଭାରତ-ଇଂଲଣ୍ଡ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ : ଲଢ଼େଇ ହେବ ଏକ ନମ୍ବର ଓ ଦୁଇ ନମ୍ବର ଟିମ୍ ଭିତରେ । ଟି-ଟ୍ବଣ୍ଟି ସିରିଜ୍ କବଜା କରିବା ପରେ ଏବେ ଦିନିକିଆ ସିରିଜ୍ ଉପରେ ଟିମ୍ ଇଣ୍ଡିଆର ଆଖି । ଆଜି ଭାରତ-ଇଂଲଣ୍ଡ ଭିତରେ ଖେଳାଯିବ ଚଳିତ ସିରିଜ୍ର ପ୍ରଥମ ଦିନିକିଆ ଆନ୍ତର୍ଜାତିକ ଗତ ୧୨ ମାସ ଭିତରେ ଇଂଲଣ୍ଡ ୨୧ଟି ଦିନିକିଆ ମ୍ୟାଚ୍ ଖେଳି ମାତ୍ର ୪ଟି ହାରିଛି । ନିକଟରେ ଅଷ୍ଟ୍ରେଲିଆକୁ ୫-୦ରେ ହରାଇଛି । ଏହାର ଓପ୍ନିଂ ଓ ମିଡଲ୍ ଅର୍ଡର ପୂରା ଦମ୍ ଦେଖାଇଛନ୍ତି ।

ସେହିପରି ବିରାଟ କୋହଲିଙ୍କ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ଅଭାବ ନାହିଁ । ରୋହିତ ଶର୍ମା, ଶିଖର ଧବନ, ବିରାଟ ସମସ୍ତେ ପାରଙ୍ଗମ । ଧୋନି ଆଉ ୩୩ ରନ୍ କଲେ ୧୦ ହଜାର କ୍ଲବରେ ପହଞ୍ଚିବେ। ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ତେବେ ପେସ୍ ବୋଲିଂରେ ଟିକେ ସମସ୍ୟା ରହିଛି । ଭୁବନେଶ୍ୱର କୁମାର ଆହତ ଥିବାରୁ ଆଜି ଖେଳିବା ନେଇ ସ୍ପଷ୍ଟ ହୋଇନାହିଁ । ବୁମରା ସିରିଜରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି । ଉଭୟ ଦଳରେ ଟି-ଟ୍ବଣ୍ଟି ସିରିଜ୍ ଖେଳିଥିବା ଅଧିକାଂଶ ଖେଳାଳି ଥିବାରୁ ଆଜି ନଟିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.