ପ୍ରଥମ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡକୁ ଧୂଳି ଚଟାଇଲା ଭାରତ, ଉଭୟ ବ୍ୟାଟିଂ ବୋଲିଂରେ ପାଣ୍ଡ୍ୟାଙ୍କ କମାଲ

ପ୍ରଥମ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡକୁ ଧୂଳି ଚଟାଇଛି ଭାରତ। ୫୦ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି ଟିମ୍‌ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଉଭୟ ଦମ୍‌ଦାର ବ୍ୟାଟିଂ ଓ ବୋଲିଂ ଯୋଗୁ ଟିମ୍‌କୁ ଏହି ସଫଳତା ମିଳିଛି। ଟିମ୍‌ର ଏହି ବିଜୟ ପରେ୧-୦ରେ ଆଗୁଆ ରହିଛି ଭାରତ। ସେହିପରି ବଢ଼ିଆ ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଛି।

ଗୁରୁବାରର ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସୁପର ଇନିଂସ। ଉଭୟ ବ୍ୟାଟିଂ ବୋଲିଂରେ କମାଲ କରି ଦେଖାଇଥିଲେ ପାଣ୍ଡ୍ୟା। ପାଣ୍ଡ୍ୟାଙ୍କ ସଫଳତା ଫଳରେ ପ୍ରଥମ ଟି-୨୦ରେ ୫୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ। ମ୍ୟାଚ୍‌ରେ ୫୧ ରନ୍‌ କରିବା ସହ ୩୩ ରନ୍‌ରେ ୪ଟି ଓ୍ଵିକେଟ ନେଇଥିବାରୁ ପାଣ୍ଡ୍ୟାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍‌ ବିବେଚିତ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତକାଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ୮ ଓ୍ଵିକେଟରେ ୧୯୮ ରନ୍‌ ହାସଲ କରିଥିଲା। ସୂର୍ଯ୍ୟକୁମାର ଯାଦବ ୩୯ ଓ ଦୀପକ ହୁଦା ୩୩ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଜବାବରେ ଇଂଲଣ୍ଡ ୧୯.୩ ଓଭରରେ ୧୪୮ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ମୋଇନ୍‌ ଅଲ୍ଲୀ ସର୍ବାଧିକ ୩୬ ରନ କରିଥିଲେ। ଆସନ୍ତକାଲି ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ ବୋଲି ସୂଚନା ମିଳିଛି।

Also Read: ଶ୍ରାବଣ ମାସରେ ନିଶ୍ଚୟ ଲଗାନ୍ତୁ ଏସବୁ ଗଛ, ପ୍ରସନ୍ନ ହେବେ ଦେବ ଦେବ ମହାଦେବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.