ଇଂଲଣ୍ଡ ଓ ଭାରତ ଦ୍ୱିତୀୟ ଟେଷ୍ଟ, ବ୍ୟାଟିଂ ତ୍ରୁଟିକୁ ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଭାରତ

ଆଜିଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ । ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବାରୁ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ମଧ୍ୟ ଦୁଇଗୁଣ ବଢ଼ିଯାଇଛି । ଭାରତ ବ୍ୟାଟିଂ ତ୍ରୁଟିକୁ ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଇଂଲଣ୍ଡ ଦଳ ୨୦୧୮ ପ୍ରଦର୍ଶନକୁ ଦୋହରାଇବାକୁ ଯୋଜନା କରୁଛି ।

ନଟିଂହାମ ପ୍ରଥମ ଟେଷ୍ଟରେ ଭାରତ ପାଖରେ ବିଜୟ ସୁଯୋଗ ରହିଥିଲା । ହେଲେ ବର୍ଷା ଯୋଗୁଁ ଶେଷ ଦିନ ଖେଳ ବାତିଲ ହୋଇଯାଇଥିଲା । ମ୍ୟାଚ ଆରମ୍ଭ ପୂର୍ବରୁ ଆହତ ହୋଇଛନ୍ତି ସାର୍ଦ୍ଦୁଲ ଠାକୁର । ଇଶାନ୍ତ ଶର୍ମା ଦ୍ୱିତୀୟ ଟେଷ୍ଟରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଆହତ ହୋଇଥିବା ଓପନର ମୟଙ୍କ ଅଗ୍ରଓ୍ଵାଲ ଫିଟ୍‌ ହୋଇସାରିଥିବାରୁ ସେ ଟିମ୍‌ରେ ସ୍ଥାନ ପାଇପାରନ୍ତି । ଲର୍ଡସରେ ବ୍ୟାଟିଂରେ ପରିବର୍ତ୍ତନ ଦେଖିବାକୁ ମିଳି ନପାରେ। ରୋହିତ ଶର୍ମା, କେ ଏଲ୍‌ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟା ରାହାଣେ, ଋଷଭ ପନ୍ଥ ଓ ରବୀନ୍ଦ୍ର ଜାଡେଜା ମୈଦାନକୁ ଓହ୍ଲାଇବେ।

ଗୁରୁବାର ଇଂଲଣ୍ଡ ଦଳରେ ଏକାଧିକ ପରିବର୍ତ୍ତନ ଆଶା କରାଯାଉଛି । ଦଳର ଦୁଇ ପ୍ରମୁଖ ବୋଲର ଜେମ୍ସ ଆଣ୍ଡରସନ୍‌ ଓ ଷ୍ଟୁଆର୍ଟ ବ୍ରଡ୍‌ ଆହତ ଅଛନ୍ତି। ଉଭୟଙ୍କୁ ଗୁରୁବାର ବିଶ୍ରାମ ମିଳିବା ଆଶା କରାଯାଉଛି । ଫଳରେ ଉଭୟଙ୍କ ସ୍ଥାନ ପୂରଣ ପାଇଁ ମାର୍କ ଉଡ୍‌, କ୍ରେଗ ଓଭରଟନ୍‌ ଓ ସାକିବ ମହମ୍ମଦଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ମୋଇନ ଅଲି ଗୁରୁବାର ଖେଳିବା ନିଶ୍ଚିତ । ସେହିପରି ବ୍ୟାଟିଂ ବିଭାଗ ସୁଦୃଢ ପାଇଁ ହସିବ ହମିଦଙ୍କୁ ସୁଯୋଗ ମିଳିପାରେ । ହମିଦ ଫର୍ମରେ ଅଛନ୍ତି ।

ସମ୍ଭାବ୍ୟ ଦଳ ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ,ଚେତେଶ୍ବରପୂଜାରା, ବିରାଟ କୋହଲି(ଅଧିନାୟକ), ଅଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ୱିନ/ଈଶାନ୍ତ ଶର୍ମା,ମହମ୍ମଦ ସାମି, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଇଂଲଣ୍ଡ: ରୋରି ବର୍ଣ୍ଣସ, ଡମ ସିବଲି, ଜ୍ୟାକ୍‌ କ୍ରାଓଲି/ହସିବ ହମିଦ, ଜୋ ରୁଟ୍‌(ଅଧିନାୟକ), ଜନି ବେୟାରଷ୍ଟୋ, ଜୋସ ବଟଲର, ମୋଇନ ଅଲି, ସାମ କୁରାନ, ଓଲି ରବିନସନ, ମାର୍କ ଉଡ୍‌, କ୍ରେଗ ଓଭରଟନ/ସାକିବ ମହମ୍ମଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.