ବ୍ୟାକଫୁଟରେ ଭାରତ: ଦ୍ୱିତୀୟ ଦିନରେ ୩୪୫ ରନରେ ଆଗରେ ରହିଛି ଇଂଲଣ୍ଡ

ତୃତୀୟ ଟେଷ୍ଟରେ ଡ୍ରାଇଭର ସିଟରେ ଇଂଲଣ୍ଡ । ନିଜର ସ୍ଥିତି ମଜଭୁତ କରିଛି ଇଂଲଣ୍ଡ। ଭଲ ଫର୍ମ ଦେଇ ଗତି କରୁଥିବା କ୍ୟାପ୍ଟେନ ଜୋ ରୁଟଙ୍କ ଲଗାତର ୩ୟ ଶତକ ସମେତ ଆଗଧାଡ଼ିର ୪ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ତୃତୀୟ ଟେଷ୍ଟରେ ସ୍ଥିତି ମଜଭୁତ କରିଛି ଇଂଲଣ୍ଡ। ଇଂଲଣ୍ଡ ୨ ଦିନ ଖେଳରେ ୮ଟି ଓ୍ଵିକେଟ ହରାଇ ୪୩୨ ରନ୍‌ କରିଛି। ଫଳରେ ଭାରତ ଠାରୁ ୩୪୫ ରନ୍‌ରେ ଅଗ୍ରଣୀ ରହିଛି।

ଜୋ ରୁଟ୍‌ ଭାରତୀୟ ବୋଲରଙ୍କୁ ପ୍ରହାର କରିଛନ୍ତି। ସେ ୧୬୫ଟି ବଲ୍‌ ଖେଳି ୧୪ଟି ଚୌକା ସହାୟତାରେ ଶତକ ହାସଲ କରିଥିବାବେଳ ରୋରୀ ବନ୍ସ ୬୧, ହସିମ ହମିଦ ୬୮ ଓ ଡେଭିଡ଼ ମଲାନ ୭୦ ରନ୍‌ ସଂଗ୍ରହ କରିବା ପରେ ଇଂଲଣ୍ଡ ପ୍ରଥମ ପାଳିରେ ମଜଭୁତ ସ୍ଥିତିରେ ପହଞ୍ଚିଛି। ଏପଟେ ତୃତୀୟ ଟେଷ୍ଟରେ ବିରାଟ ବାହିନୀ ମ୍ୟାଚ ବଞ୍ଚାଇପାରିବ କି ସେ ନେଇ ବଡ଼ ପ୍ରଶ୍ନ ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.