ମାଞ୍ଚେଷ୍ଟରରେ ହେବାକୁ ଥିବା ୫ ଟେଷ୍ଟ ମ୍ଯାଚ ବାତିଲ, ୨-୧ରେ ଟେଷ୍ଟ ସିରିଜ ଜିତିଲା ଭାରତ

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ମ୍ଯାଚ ବାତିଲ ହୋଇଛି। କରୋନା ଯୋଗୁଁ ମାଞ୍ଚେଷ୍ଟରରେ ହେବାକୁ ଥିବା ମ୍ଯାଚକୁ ଦିନକ ପାଇଁ ଘୁଞ୍ଚାଇଦିଆଯାଇଥିଲା। କିନ୍ତୁ ଉଭୟ ଦେଶର ବୋର୍ଡର ନିଷ୍ପତ୍ତିକ୍ରମେ ଏହି ମ୍ଯାଚକୁ ସଂପୂର୍ଣ୍ଣ ଭାବେ ବାତିଲ କରାଯାଇଛି। ଭାରତ ୫ଟି ମ୍ଯାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଆଗୁଆ ରହିଛି।

ମାଞ୍ଚେଷ୍ଟରରେ ହେବାକୁ ଥିବା ୫ମ ଏବଂ ଶେଷ ଟେଷ୍ଟ ମ୍ଯାଚରେ ଭାରତ ଜିତେ କିମ୍ବା ଡ୍ର କଲେ ଭାରତ ପକ୍ଷରେ ମ୍ଯାଚ ରହିଥାନ୍ତା। ଗୁରୁବାର ଦିନ ଟିମ ଇଣ୍ଡିଆର ଫିଜିଓ ଯୋଗେଶ ପରମାର କରୋନା ପଜିଟିଭ ବାହାରିବା ପରେ ଟିମ୍ ତତ୍ପର ହୋଇପଡିଥିଲା। ଯାହା ପରେ ୫ମ ଟେଷ୍ଟ ମ୍ଯାଚ ରଦ୍ଦ ହେବା ଭଳି ଆଶଙ୍କା ଦେଖାଦେଇଥିଲା। କିନ୍ତୁ ପରେ ଏହି ମ୍ଯାଚ ଆଜି ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.