ଚାଲିଛି ଭାରତ-ନ୍ୟୁଜିଲାଣ୍ଡ ଓ୍ଵାନଡେ ସିରିଜର ଦ୍ୱିତୀୟ ମ୍ୟାଚ୍, ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ଓ୍ଵାନଡେ ସିରିଜର ଦ୍ୱିତୀୟ ମ୍ୟାଚ । ଅକଲାଣ୍ଡରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଟିମ । ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ । ଭାରତୀୟ ଟିମ୍‌ରେ ଦୁଇଟି ପରିବର୍ତ୍ତନ କରାଯାଇଛି । ମହମ୍ମଦ ସାମିଙ୍କ ସ୍ଥାନରେ ନବଦୀପ ସୌନୀ ଓ କୁଲଦୀପ ଯାଦବଙ୍କ ସ୍ଥାନରେ ଚହଲଙ୍କୁ ସାମିଲ କରାଯାଇଛି । ସିିରିଜରେ ୧-୦ରେ ପଛୁଆ ଅଛି ଭାରତୀୟ ଟିମ୍ । ଭାରତ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତି । ମ୍ୟାଚ ହାରିଲେ ଦଳ ଆଗୁଆ ସିରିଜ ହାତ ଛଡା କରିବ ।

virat_lathamପୂର୍ବ ତ୍ରୁଟିକୁ ସୁଧାରି ଦିନିକିଆ ସିରିଜକୁ ଜିତିବାକୁ ପ୍ରାଣପ୍ରଣେ ଚେଷ୍ଟା କରିବ ଟିମ ଇଣ୍ଡିଆ । ହାମିଲଟନରେ ଦମଦାର ବିଜୟ ପରେ ପୂରା ଯୋଶରେ ଅଛି କ୍ୱିଓ୍ଵି ଟିମ । ମ୍ୟାଚ ଜିତି ସରିଜ ହାତେଇବାକୁ ଉଦ୍ୟମ କରିବ ଘରୋଇ ଦଳ । ସେପଟେ ଓ୍ଵାନଡେରେ ଉଭୟ ଦଳ ୧୦୮ଟି ଦିନିକିଆ ଖେଳିଛନ୍ତି । ଭାରତ ୫୫ ମ୍ୟାଚରେ ଜିତିଥିବା ବେଳେ ୪୭ରେ ପରାସ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.